କଟକ: ସମ୍ବାଦ ଆମ ଓଡିଶା ଅଧ୍ୟକ୍ଷଙ୍କ ୭୦ତମ ଜନ୍ମଦିନ ଅବସରରେ ଯୁବ ସ୍ୱାଭିମାନ ଦିବସ ପାଳନ ହୋଇଯାଇଛି | ଉକ୍ତ ଅବସରରେ ଏକ ରକ୍ତଦାନ ଶିବିର ସାରଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି| ସ୍ୱତନ୍ତ୍ର ଭାବେ ମହିଳାଙ୍କୁ ନେଇ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି | ରେଡ଼କ୍ରସ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଛି |
ରକ୍ତଦାନ ଶିବିରରେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମ୍ବାଦ ଡିଜିଟାଲ ପରିଚାଳନା ନିର୍ଦେଶିକା ତନୟା ପଟ୍ଟନାୟକ ଯୋଗ ଦେଇଥିବାବେଳେ ଅତିଥି ଭାବେ ସିଏମସି ମେୟର ସୁବାସ ସିଂହ, ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ, ପୂର୍ବତନ ମେୟର ଅନିତା ବେହେରା, ସିଏମସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ ତଥା କର୍ପୋରେଟର ଦୀପ୍ତିମୟୀ ମୂଳିଆ ଯୋଗଦେଇଥିଲେ | ସମ୍ବାଦ କଟକ ସଂସ୍କରଣର ମୁଖ୍ୟ କୃଷ୍ଣ ପ୍ରସାଦ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଟକ ସଂସ୍କରଣର ସମସ୍ତ ପ୍ରତିନିଧି ଉପସ୍ଥିତ ରହିଥିଲେ |