ପୁରୁଣା ଭୁବନେଶ୍ୱର : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଅସହାୟ ଅବସ୍ଥାରେ ଚିକିତ୍ସିତ ହେଉଥିବା ଭଉଣୀମାନଙ୍କ ପାଇଁ ଏକ ରକ୍ତଦାନ ଶିବିର ‘ଆମ ଓଡ଼ିଶା’ ଓ ‘ସ୍ମାଇଲ କ୍ଲବ’ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ବସନ୍ତପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରୁ ମୋଟ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ପୂର୍ବତନ ମହିଳା କମିସନର୍ ତଥା ସମାଜସେବୀ ନମ୍ରତା ଚଡ୍ଡା, କ୍ଷେତ୍ରମୋହନ ଦାଶ, ସଂଗ୍ରାମ ସାହୁ, କ୍ଲବର ସଭାପତି ଅରୁଣ ପୁରୋହିତ, ସତ୍ୟସୁନ୍ଦର ଦାଶ, ସନ୍ତୋଷ ମୁଦୁଲି, ସୌଭାଗ୍ୟ ରଞ୍ଜନ ନାୟକ, ରାକେଶ ସାହୁ, କାହ୍ନ ଚରଣ ସାହୁ, ଯୀଶୁକୃଷ୍ଣ ମୁଦୁଲି ଓ ଶତାଧିକ ଯୁବକ/ଯୁବତୀ ସାମିଲ ହୋଇଥିଲେ। ରକ୍ତଦାତାମାନେ ହେଲେ, ସନ୍ତୋଷ ମୁଦୁଲି, ଲଲିତ ସାହୁ, ଦୀପକ ସାହୁ, ଅମ୍ବିକା ଆଚାର୍ଯ୍ୟ, ଗିରୀଶ ଚନ୍ଦ୍ର ମିଶ୍ର, ପ୍ରତାପ ପାତ୍ର, କାହ୍ନଚରଣ ବେହେରା, ସୋମନାଥ ସାହୁ, ରାକେଶ ସାହୁ, ଅକ୍ଷୟ ନାୟକ, ଦେବପ୍ରସାଦ ପ୍ରଧାନ, ଯୀଶୁକୃଷ୍ଣ ମୁଦୁଲି, ମୋନାଲିସା ସାହୁ, ଜଗନ୍ନାଥ ଦାଶ, ସୁଶାନ୍ତ ରାଉତ, ସରୋଜ ସାହୁ, ଚନ୍ଦନ ଦାଶ, କାହ୍ନ ଚରଣ ସାହୁ, ଅନିବେଶ ସାହୁ, ଦୀପକ ମୁଦୁଲି, ସୌଭାଗ୍ୟ ରଞ୍ଜନ ଦାଶ, ଭୀମସେନ ସେଠୀ, ରଞ୍ଜନ ମହାପାତ୍ର, ସନାତନ ସାହୁ, ଆଲୋକ ବେହେରା, ଶିବ ପ୍ରସାଦ ପ୍ରଧାନ, ଆକାଶ ପ୍ରଧାନ, ପ୍ରଶାନ୍ତ ପରିଡ଼ା, ଶିବ ପ୍ରସାଦ ଦାଶ, ପ୍ରଶାନ୍ତ ବାରିକ, ଚନ୍ଦ୍ରକାନ୍ତ ମାଝି, ଦୀପକ ଦାଶ, ପବିତ୍ର କୁମାର ଦାଶ, ଅଭିନାଶ ଦାଶ, ଜଗନ୍ନାଥ ଭୋଇ ପ୍ରମୁଖ।
ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ : ରାଜଧାନୀ ଉପକଣ୍ଠରୁ ୩୫ ୟୁନିଟ୍ ସଂଗ୍ରହ
/sambad/media/post_attachments/wp-content/uploads/2018/08/lingaraj-blood-donation-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)