ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ସଚିବାଳୟ ପରିସରରେ ତୃତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ୧୧୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ କ୍ୟାପିଟାଲ ହସ୍ପିଟାଲର ବ୍ଲକ ବ୍ୟାଙ୍କର ମୁଖ୍ୟ ଡା. ଦେବାଶିଷ ମିଶ୍ର ସହଯୋଗ କରିଥିଲେ। ସାଂସ୍କୃତିକ ସଂସଦ ତରଫରୁ ସଭାପତି ପ୍ରସନ୍ନ କୁମାର ପାଣିଗ୍ରାହୀ, ଉପସଭାପତି ପ୍ରମୋଦ କୁମାର ଶତପଥୀ, ସାଧାରଣ ସମ୍ପାଦକ ବିଚିତ୍ର ମୋହନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭାଗବତ ବେହେରା, ସଙ୍ଗଠନ ସମ୍ପାଦକ ନିଶାକର ସାମନ୍ତରାୟ, କୋଷାଧ୍ୟକ୍ଷ ବନମାଳି ବେହେରା, ସମୀକ୍ଷକ ଶ୍ରବତ୍ସ କହଁର, ଗଣମାଧ୍ୟମ ସଂଯୋଜକ ଜିତେନ୍ଦ୍ର କୁମାର ବାରିକ ପ୍ରମୁଖ ସମସ୍ତ ରକ୍ତଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସଚିବାଳୟରେ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/01/blood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)