ୟୁଏସ୍‌ବିଏମ୍‌ ପକ୍ଷରୁ ରକ୍ତଦାନ ଶିବିର

୯୫ ୟୁନିଟ ରକ୍ତ ସଂଗୃହୀ

ଭୁବନେଶ୍ୱର : ସ୍ଥାନୀୟ ପଟିଆସ୍ଥିତ ଓଡ଼ିଶାର ଅଗ୍ରଣୀ ମ୍ୟାନେଜ୍‌ମେଣ୍ଟ କଲେଜ୍‌ ୟୁନାଇଟେଡ୍‌ ସ୍କୁଲ୍‌ ଅଫ୍‌ ବିଜନେସ୍‌ ମ୍ୟାନେଜ୍‌ମେଣ୍ଟ (ୟୁଏସ୍‌ବିଏମ୍‌) ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଆୟୋଜିତ ଏହି ଶିବିରରୁ ମୋଟ ୯୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ‘ଆମ ଓଡ଼ିଶା’ର ଉପାଧ୍ୟକ୍ଷ ଦାଶ ବେନହୁର ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ୟୁଏସ୍‌ବିଏମ୍‌ର ନିର୍ଦ୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟ, ଉପଦେଷ୍ଟା ଡ. କାହ୍ନଚରଣ ସ୍ୱାଇଁ, ପ୍ରିନ୍‌ସପାଲ ଡ. ଅଜିତ୍‌ କୁମାର ସାହୁ ଓ ଆଡ୍‌ମିସନ୍‌ ଡିନ୍‌ ପ୍ରଦୀପ କୁମାର ଦେ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ମଧ୍ୟ ଏହି ଶିବିରରେ ଯୋଗ ଦେଇଥିଲେ। ପ୍ରଫେସର କୈଳାସ ଚନ୍ଦ୍ର ନାୟକ ଓ ପ୍ରଫେସର ଆର୍‌କେ ନାୟକ ଶିବିର ସଂଯୋଜନା କରିଥିଲେ। ଏତଦ୍‌ବ୍ୟତୀତ ପ୍ର. ସଂଜୀବ ଦାସ, ପ୍ର. ଅନନ୍ୟା ମିତ୍ର, ପ୍ର. ସୁନିତା ମହାପାତ୍ର, ଶ୍ୱାତୀ ମିଶ୍ର, ସମୀର କୁମାର ପାତ୍ର, ଦେବାଶିଷ ଦାସ, ସୁଧୀର କୁମାର ଆଚାର୍ଯ୍ୟ, ରମାମଣୀ ତ୍ରିପାଠୀ, ସ୍ମିତା ଦାସ, ଆଶାବିକାଶ ମହାପାତ୍ର ଓ ସୁଶାନ୍ତ ମିଶ୍ର ଶିବିର ପରିଚାଳନା କରିଥିଲେ। ଅନୁଷ୍ଠାନର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଓ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ମଧ୍ୟ ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। କେନ୍ଦ୍ରୀୟ ରକ୍ତଭଣ୍ଡାର, କଟକ ପକ୍ଷରୁ ଡା. ରଶ୍ମୀମଂଜୁଳା ସାହୁ, ଟେକ୍‌ନିସିଆନ୍‌ ରଂଜନ କୁମାର ଦାସ, ତାପସ କୁମାର ମହନ୍ତ, ସଂଯୋଜକ ଅବିନାଶ ଦାଶ, କାଉନସିଲର ଶୁଭଲକ୍ଷ୍ମୀ ମହାନ୍ତି, ଆଟେଣ୍ଡାଣ୍ଟ ରମେଶ କୁମାର ରାଉତ, ଅଭିମନ୍ୟୁ ଜେନା ଓ ସଂଜୟ ପାତ୍ର ଉକ୍ତ ଶିବିରରୁ ରକ୍ତସଂଗ୍ରହ କରିଥିଲେ। ‘ସମ୍ବାଦ’ ପ୍ରତିନିଧି ମଧୁସୂଦନ ବାରିକ ଓ ‘ଆମ ଓଡ଼ିଶା’ର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ଓ ହରେକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର