ଭୁବନେଶ୍ବର :  ଭୋଲ୍‌ଟାସ୍‌  ଲିମିଟେଡ଼୍ ଓ ଆମ ଓଡ଼ିଶାର ମିଳିତ ଉଦ୍ୟମରେ ସ୍ଥାନୀୟ ପାହାଳସ୍ଥିତ ଉତ୍କଳ ସିଗ୍ନେଚର୍‌ ଟାୱାର  ପରିସରରେ  ଏକ ରକ୍ତଦାନ ଶିବିର ଅନୁଷ୍ଠିତ  ହୋଇଛି।  ଭୋଲ୍‌ଟାସ୍‌ ପକ୍ଷରୁ ସାର୍ଥକ ମହାପାତ୍ର  ଓ ବିଶ୍ୱରଞ୍ଜନ ମହାନ୍ତି ଶିବିର ପରିଚାଳନା କରିଥିଲେ। ଅନ୍ୟ ସହଯୋଗୀମାନେ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ।

Advertisment

 ରେଡ୍‌କ୍ରସ୍ ଆଞ୍ଚଳିକ ରକ୍ତକେନ୍ଦ୍ର, ଭୁବନେଶ୍ବରର ଡାକ୍ତର ରଘୁନାଥ ବେଉରା ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଅନ୍ୟ ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଶିବିର ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ଓ ସନ୍ତୋଷ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।