ମା’ ମଙ୍ଗଳା କ୍ଲବ୍ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର: ଭୁବନେଶ୍ବରର ଅନନ୍ୟ ସେଚ୍ଛାସେବୀ ଅନୁଷ୍ଠାନ ମା’ ମଙ୍ଗଳା କ୍ଲବ୍ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମହାମାରୀ ତଥା ଗ୍ରୀଷ୍ମକାଳୀନ ରକ୍ତର ଅଭାବକୁ ଦୂର କରିବା ପାଇଁ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ କ୍ଲବ୍‌ ପକ୍ଷରୁ ଜିଜିପି କଲୋନିସ୍ଥିତ କ୍ଲବ କାର୍ଯ୍ୟାଳୟରେ ଏହି ଶିବିରଟି ଅନୁଷ୍ଠିତ ହୋଇଥିଲା। ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ବର, ତୋ‌ଷାଳୀ ମଧ୍ୟ ଶିବିର ଆୟୋଜନରେ ସହାୟତା କରିଥିଲା। କ୍ୟାପିଟାଲ ହସ୍ପିଟାଲର ରକ୍ତଭଣ୍ଡାର ଅଧିକାରୀ ଡା. ଦେବାଶିଷ ମିଶ୍ର, ରୋଟାରି କ୍ଲବ୍ ପକ୍ଷରୁ ଯଜ୍ଞାଶିଷ ମହାପାତ୍ର, ସୁକାନ୍ତ ସାହୁ ଓ ସୁଶାନ୍ତ ମହାପାତ୍ର ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମା’ ମଙ୍ଗଳା କ୍ଲବର ଆଶିଷ କୁମାର ରାଉତ, ସନ୍ଦୀପ ମହାନ୍ତି, ସତ୍ୟଜିତ୍ ପାତ୍ର, ରଶ୍ମିରଂଜନ ଭୂୟାଁ ଓ ନାସିର ହୁସେନ୍ ଖାଁ ଶିବିର ପରିଚାଳନା କରିଥିଲେ। ଅନ୍ୟ ସଦସ୍ୟମାନେ ମଧ୍ୟ ପରିଚାଳନାରେ ସହାୟତା କରିଥିଲେ।

ଶିବିରରେ ସତ୍ୟଜିତ୍ ପାତ୍ର, ସୁର ବେହେର, ନାସିର ହୁସେନ୍ ଖାନ୍, ସୁଧାଂଶୁ ଶେଖର ଦାସ, ଅରୁସେବକ ରାଉତ, ରାଜେଶ କୁମାର ସାହୁ, ଦିପ୍ତୀରଂଜନ ମହାନ୍ତି, ବୁଲନ ମଲ୍ଲ, ରଶ୍ମିରଂଜନ ଭୂୟାଁ, ଇନସ୍ ପାଟମାଝି, ସୁଶାନ୍ତ ସାମନ୍ତରାୟ, ରୋହନ ଛୋଟରାୟ, ଚନ୍ଦନ ପାଇକରାୟ, ପୀତାମ୍ବର ମଲ୍ଲିକ, ସନ୍ଦୀପ ମହାନ୍ତି, ପାର୍ଥ ସାରଥୀ ପ୍ରଧାନ, ଗୋଲକ ଦାଶ, ଦୋଳଗୋବିନ୍ଦ ବେହେରା, ମିଟୁ ବେହେରା, ମାନସ ମୁଦୁଲି, ସନ୍ତୋ‌ଷ କୁମାର ଦାସ ଓ ରିତେଶ ପ୍ରସାଦ ସମେତ ମୋଟ ୨୩ଜଣ ରକ୍ତଦାନ କରିଥିଲେ। କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର