ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର, ୮୨ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ବର: ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ, ମଞ୍ଚେଶ୍ବର ଶାଖା ପୁନଃନିର୍ମିତ କାର୍ଯାଳୟର ଉଦ୍‌ଘାଟନ ଅବସରରେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ, ମଞ୍ଚେଶ୍ବର ଶାଖା ଓ ସମ୍ବାଦ- ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଆଜି ଏକ ରକ୍ତଦାନ ଶିବିର ମଞ୍ଚେଶ୍ବରସ୍ଥିତ ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚେଶ୍ବର ରେଳଡବା ମରାମତି ୱାର୍କସପ୍‌ର ଚିଫ୍ ୱାର୍କସପ୍ ମ୍ୟାନେଜର ସୁଭାଷ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ପୁନଃନିର୍ମିତ କାର୍ଯାଳୟ ଓ ରକ୍ତଦାନ ଶିବିରକୁ ଉଦ୍‌ଘ‌ାଟନ କରିବା ସହ ନିଜେ ରକ୍ତଦାନ କରିଥିଲେ। ତାଙ୍କ ସହିତ ଡେପୁଟି ଚିଫ୍ ମେକାନିକାଲ ଇଂଜିନିୟର ଏମ୍. ତ୍ରିନାଦ୍, ୱାର୍କସପ୍ ପର୍ସନେଲ ଅଫିସର୍ ପ୍ରମୋଦ ବେହେରା, ୱାର୍କସପ୍ ମ୍ୟାନେଜର୍ ପ୍ରଖର ଗୁପ୍ତା, ଡେପୁଟି ଚିଫ୍ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଅମ୍ବିକା ପ୍ରସାଦ ବାରିକ, ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସର ଜଏଣ୍ଟ ଜେନେରାଲ ସେକ୍ରେଟାରି, ବି.ଏମ୍. ରାୟ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରି ରମେଶ ଚନ୍ଦ୍ର ସାହୁ, ମଞ୍ଚେଶ୍ବର ଶାଖାର ଚିଫ୍ ଆଡଭାଇଜର୍ ଅଶୋକ ନାହାକ, ମନୋଜ ଦାସ, ସଭାପତି ଗୋଲକ ଚରଣ ସାହୁ, ସଂପାଦକ କ୍ଷୀରୋଦ ସେନାପତି, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ରନାଥ ନାୟକ, ଉପସଭାପତି ମାନସ ରଂଜନ ବେହେରା, ସୁପ୍ରଭାତ ମଲ୍ଲିକ, ସହଯୋଗୀ ସଂପାଦକ ତଥା ଏନଏଫଆଇଆର ଯୁବ ପ୍ରତିନିଧି ମନୋରଂଜନ ରଣା, ଅଜୟ ମଲ୍ଲିକ, ପ୍ରଦୀପ ଲେଙ୍କା, ରବୀନ୍ଦ୍ର ପ୍ରଧାନ, ସଂଗଠନ ସଂପାଦକ ବିଭୂତି ଭୂଷଣ ବରାଳ, କମଲେଶ କୁମାର ଓ କୋଷାଧ୍ୟକ୍ଷ ପ୍ରିୟବନ୍ଧୁ ବିଶ୍ବାଳ ଶିବିର ପରିଚାଳନା କରିଥିଲେ। ଶିବିରରୁ ମୋଟ ୮୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ। ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର