ଯୁବ ସ୍ବାଭିମାନ ଦିବସରେ ରକ୍ତଦାନ ଶିବିର: ‘ସମ୍ବାଦ‘ ଭବନରୁ ୧୦୨ ୟୁନିଟ୍‌ ରକ୍ତ ସଂଗୃହୀତ

ଭୁବନେଶ୍ବର: ଯୁବ ସ୍ବାଭିମାନ ଦିବସ ଅବସରରେ ‘ଆମ ଓଡ଼ିଶା’ ପକ୍ଷରୁ ସମ୍ବାଦ ଭବନ ପରିସରରେ ଆଜି ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ‘ସମ୍ବାଦ’, କନକ ନ୍ୟୁଜ୍‌, ରେଡିଓ ଚକଲେଟ୍‌ ଏବଂ ସମ୍ବାଦ ଡିଜିଟାଲ୍‌ ସହ ସମ୍ପୃକ୍ତ ସମସ୍ତ ସହଯୋଗୀ ରକ୍ତଦାନ କରିଥିଲେ। ଏହାବ୍ୟତୀତ ଅନ୍ୟ ୭ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ଶିବିରରୁ ମୋଟ ୧୦୨ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ସୁଦତ୍ତା ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ସିଓଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର, ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରର ସହଯୋଗୀମାନେ ରକ୍ତ ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମକୁ ‘ଆମ ଓଡ଼ିଶା’ ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର