ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜ ପ୍ରତି ନିଜର କର୍ତ୍ତବ୍ୟ ଓ ସାମାଜିକ କାର୍ଯ୍ୟକ୍ରମ ତଥା ଜନସଚତନତା କାର୍ଯୟକ୍ରମଗୁଡ଼ିକ କରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ପାଳନ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅନୁମୋଦନକ୍ରମେ ବିଜୁ ଛାତ୍ର ଜନତା ଦଳର ଉପସଭାପତି ପ୍ରଦୋଷ ପରିଡ଼ାଙ୍କ ନେତୃତ୍ୱରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ହସ୍ପିଟାଲ ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ରକ୍ତଦାନ ଶିବିରରୁ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।
ଭୁବନେଶ୍ୱର ବିଭିନ୍ନ ପ୍ରାନ୍ତରେ ଯଥା ରାଜଭବନ ଛକ, ନୟାପଲ୍ଲୀ, କଳ୍ପନା, ବିଜେବି ନଗର ଏହି ଭଳି ପ୍ରମୁଖ ସ୍ଥାନଗୁଡିକରେ ୨୪ଟି ବୃକ୍ଷରୋପଣ କରାଯାଇଛି। ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏହିଭଳି ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମୀଙ୍କୁ ଅନୁରୋଧ କରାଯାଇଛି। ନିଜର ସାମାଜିକ ଦାୟିତ୍ୱକୁ ବୁଝି ଜନସଚେତନତା ଓ ଲୋକଙ୍କ ସେବା କାର୍ଯ୍ୟରେ ଲିପ୍ତ ରହିବା ସହ ଏହି ସବୁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ତ୍ୱରାନିତ କରାଯିବା ବୋଲି ପରିଡ଼ା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି ଅପୂର୍ବା ଅପରୂପା, ରାଜ୍ୟସାଧାରଣ ସମ୍ପାଦକ ସୁଜି ପାଲଟା ସିଂ, ଦେବସ୍ମିତା ଦାସ, ରାଜ୍ୟ ସମ୍ପାଦକ ରଞ୍ଜିତ ଦାସ, ଧର୍ମେନ୍ଦ୍ର ଧଳ,ସଂସଦ ନାୟକ, ଚିନ୍ମୟୀ ଜେନା ସମେତ ପ୍ରମୁଖ ଯୋଗଦାନ ଦେଇଥିଲେଯ ଏହା ସହ ଛାତ୍ର ନେତା ରାଜେଶ ପାଣି, ସୁମନ ସାହୁ, ଅନିଲ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/3d320663-d97e-45b7-8c4d-745d2bba1e96.jpg)