ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ରକ୍ତଦାନ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ‘ହେମକୁଣ୍ଡ୍‌ ଟାୱାର୍‌ ଫ୍ଲାଟ୍ ଓନର୍ସ’ ୱେଲଫେୟାର୍‌ ସୋସାଇଟି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ଖରା ପାଇଁ ଏବେ ବିଭିନ୍ନ ରକ୍ତଭଣ୍ଡାରରେ ରକ୍ତ ଅଭାବ ଲାଗି ରହିଥିବା ବେଳେ ଦୁର୍ଘଟଣାରେ ଶହଶହ ଯାତ୍ରୀଙ୍କ ପାଇଁ ପ୍ରଚୁର ରକ୍ତର ଆବଶ୍ୟକତା ରହିଛି। ତେଣୁ ଏହି ଅଭାବ ପୂରଣ ପାଇଁ ‘କନକ ନ୍ୟୁଜ୍‌’ର ଚିଫ୍ ନ୍ୟୁଜ୍ ପ୍ରଡ୍ୟୁସର୍‌ ସଂଗ୍ରାମ କେଶରୀ ଷଡ଼ଙ୍ଗୀଙ୍କ ଉଦ୍ୟମ ତଥା ‘ସମ୍ବାଦ-ଆମ ଓଡ଼ିଶା’ ଓ ହେମକୁଣ୍ଡ ଟାୱାର ଫ୍ଳାଟ ଓନର୍ସ ୱେଲଫେୟାର ସୋସାଇଟିର ମଳିତ ସହଯୋଗରେ ଏହି ଶିବିରଟି ଅନୁଷ୍ଠିତ ହୋଇଥିଲା।

‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ମୋଟ ୨୬ଜଣ ରକ୍ତଦାନ କରିଥିଲେ। ସୋସାଇଟି ପକ୍ଷରୁ ପ୍ରମୋଦ ପଟ୍ଟନାୟକ, ସୁରେଶ ଚନ୍ଦ୍ର ପାଢ଼ୀ, କୈଳାଶ ଚନ୍ଦ୍ର ଓଝା, ଅରୁଣ ଗିରି, ଗଣେଶ୍ବର ବାରିକ, ସୁନୀଲ ସାହୁ, ପ୍ରଶାନ୍ତ କର, ରାଜକୁମାର, ସ୍ବରାଜ ବିକାଶ ମିଶ୍ର, ସୌମ୍ୟରଂଜନ ସାହୁ, ଲିଲିନା ସାମନ୍ତ, ଜସ୍ମିନ୍ ସାହୁ, ରବୀନ୍ଦ୍ର ଦାଶ, ବୃନ୍ଦାବନ ସ୍ବାଇଁ, ଜିମ୍ମି, ସରୋଜ ସାହୁ ପ୍ରମୁଖ ରକ୍ତ ଦେଇଥିଲେ। ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଦୀପ୍ତ ଲେଙ୍କା ଶିବିର ପରିଚାଳନା କରିଥିଲେ। କେନ୍ଦ୍ରୀୟ ରେଡ୍‌କ୍ରସ୍ ରକ୍ତଭଣ୍ଡାର, କଟକର ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର