ଖଣ୍ଡଗିରି: ଦିନକୁ ଦିନ ଦେଶରେ ସିକଲ୍ ସେଲ୍ ବା ରକ୍ତଶିକୁଳି ରୋଗର ପରିମାଣ ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶରେ ୧୨ଲକ୍ଷରୁ ଅଧିକ ଲୋକ ଏହି ରୋଗରେ ପୀଡ଼ିତ ଅଛନ୍ତି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୦୦ ମସିହା ପରଠାରୁ ଏହି ରୋଗୀଙ୍କ ସଂଖ୍ୟା ୪୨ ପ୍ରତିଶତ ବୃଦ୍ଧି ପାଇଛି। ଏକ ପରୀକ୍ଷଣରେ ୪୭ଲକ୍ଷ ୬୨ହଜାର ୭୩୯ଟି ନମୁନାରୁ ୮୯ହଜାର ୩୨୯ଜଣ ରକ୍ତ ଶିକୁଳି ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ୍ ୩ଲକ୍ଷ ୬୬ହଜାର ରକ୍ତ ଶିକୁଳି ରୋଗୀ ରହିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗ ଅଧିକ ପରିମାଣରେ ଦେଖାଦେଇଥାଏ। ସଚେତନତାର ଅଭାବ, ଅଧିକ ପ୍ରଜନନ, ଅପପୁଷ୍ଟି, ଉପଯୁକ୍ତ ବିଶ୍ରାମ ନମିଳିବା ଭଳି ବିଭିନ୍ନ କାରଣରୁ ଆଦିବାସୀ ମହିଳାମାନେ ଏହି ରୋଗର ମାତ୍ରାଧିକ ଶିକାର ହୋଇଥାନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରୋଗ ଚିହ୍ନଟ ନହେବା କିମ୍ବା ଅବହେଳା କରିବା ଦ୍ୱାରା ମୃତ୍ୟୁମୁଖକୁ ଠେଲିଦିଏ। ତେଣୁ ଏହି ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ ମାସ ୧୯ ତାରିଖକୁ ବିଶ୍ବ ରକ୍ତଶିକୁଳି ସଚେତନତା ଦିବସ ଭାବେ ପାଳନ କରାଯାଉଛି।
ଶରୀରରେ ଥିବା ଲୋହିତ ରକ୍ତ କଣିକାର ଅନିୟମିତ ବୃଦ୍ଧିକୁ ସିକଲ୍ସେଲ୍ ଆନେମିଆ କୁହାଯାଏ। ମଣିଷ ଶରୀରରେ ଥିବା ଲୋହିତ ରକ୍ତ କଣିକାଗୁଡ଼ିକ ଗୋଲ ବା ଚକ୍ରାକାର। ମାତ୍ର ରକ୍ତଶିକୁଳି କ୍ଷେତ୍ରରେ ଲୋହିତ ରକ୍ତ କଣିକା ଅର୍ଦ୍ଧ ଚନ୍ଦ୍ରାକାର ଭଳି ସୃଷ୍ଟି ହୋଇଥାଏ। ଏଥିରେ ଅଧିକ ପରିମାଣର ଲୌହସାରଯୁକ୍ତ ହିମୋଗ୍ଲୋବିନ୍ ରହିଥାଏ। ଫୁସ୍ଫୁସ୍ରୁ ସମ୍ପୂର୍ଣ୍ଣ ଶରୀରକୁ ଏହା ଅମ୍ଳଜାନ ପରିବହନରେ ସହାୟକ ହୋଇଥାଏ। ରକ୍ତଶିକୁଳି ରୋଗ ହେବା ଦ୍ବାରା ଲୋହିତ ରକ୍ତ କଣିକାର ହିମୋଗ୍ଲୋବିନ୍ ଧାରଣ କ୍ଷମତାକୁ ନଷ୍ଟ କରିଦେଇଥାଏ। ଫଳରେ ଶରୀରରେ ରକ୍ତ ଅଭାବ ସୃଷ୍ଟି ହେବାରୁ ରୋଗୀ ମୃତ୍ୟୁମୁଖରେ ପଡ଼ନ୍ତି। ଏହି ରୋଗୀଙ୍କୁ ନିୟମିତ ଭାବେ ରକ୍ତ ଗ୍ରହଣର ଆବଶ୍ୟକତା ରହିଛି। ଏଣୁ ରକ୍ତଦାନ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରାଗଲେ ଏ କ୍ଷେତ୍ରରେ ଆସୁଥିବା ଆହ୍ବାନଗୁଡ଼ିକୁ ନିୟନ୍ତ୍ରଣ କରିହେବ ବୋଲି ଏମ୍ସ ଭୁବନେଶ୍ବର ହେମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଆଶୁତୋଷ ପାଣିଗ୍ରାହୀ କହିଛନ୍ତି। ଦେଶକୁ ରକ୍ତଶିକୁଳି (ସିକିଲ୍ସେଲ୍) ରୋଗରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ୨୦୨୩ ଜୁଲାଇ ପହିଲାରୁ ‘ନ୍ୟାସନାଲ୍ ସିକଲ୍ ସେଲ୍ ଆନେମିଆ ଏଲିମିନେସନ୍ ପ୍ରୋଗ୍ରାମ୍’ କାର୍ଯ୍ୟକାରୀ ହେଉଛି। ୨୦୪୭ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆଣିବା ଲାଗି ୧୭ଟି ରାଜ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଉପକେନ୍ଦ୍ର ପର୍ଯ୍ୟନ୍ତ ସମସ୍ତସ୍ତରରେ ସ୍କ୍ରିନିଂ କରାଯାଇ ରୋଗୀ ଚିହ୍ନଟ କରାଯାଉଛି। ୨୦୨୫-୨୬ ବର୍ଷ ସୁଦ୍ଧା ଦେଶର ୭ କୋଟି ଲୋକଙ୍କ ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷ କରି ଓଡ଼ିଶାରେ ରକ୍ତ ଶିକୁଳି ରୋଗକୁ ନିୟନ୍ତ୍ରଣ କରିବା ଲାଗି ଜିଲ୍ଲା ତଥା ବ୍ଲକ୍ସ୍ତରରେ ସରକାରଙ୍କ ତରଫରୁ ସଚେତନତା ସୃଷ୍ଟି କରାଯାଉଛି।
‘ରକ୍ତଦାନ ହିଁ ରକ୍ତଶିକୁଳିକୁ ନିୟନ୍ତ୍ରଣରେ ରଖିପାରିବ’
ଦିନକୁ ଦିନ ଦେଶରେ ସିକଲ୍ ସେଲ୍ ବା ରକ୍ତଶିକୁଳି ରୋଗର ପରିମାଣ ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶରେ ୧୨ଲକ୍ଷରୁ ଅଧିକ ଲୋକ ଏହି ରୋଗରେ ପୀଡ଼ିତ ଅଛନ୍ତି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୦୦ ମସିହା ପରଠାରୁ...
/sambad/media/media_files/2025/06/19/lhdfgsdg-2025-06-19-06-25-04.jpg)