ଭୁବନେଶ୍ୱର: ଖାରବେଳ ନଗରସ୍ଥିତ ନଳିନୀ ଦେବୀ ମହିଳା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମର ଶିକ୍ଷାନୁଷ୍ଠାନ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ କହିଥିଲେ, ଗାଁ ଗହଳିରେ ଯେଉଁ ମହିଳାମାନେ ନିଜ ଝିଅମାନଙ୍କୁ ରକ୍ତଦାନ ନ କରିବା ପାଇଁ ପ୍ରବର୍ତାଇଥାନ୍ତି ସେମାନଙ୍କ ପାଇଁ ଏହା ଏକ ପ୍ରେରଣା ଯୋଗାଇବ। ଯେଉଁ ଛାତ୍ରୀମାନେ କମ୍ ଓଜନ ଓ ରକ୍ତଚାପ ଯୋଗୁଁ ରକ୍ତ ଦେଇପାରୁ ନାହାନ୍ତି ସେମାନେ ନିଜ ଦେହକୁ ସୁସ୍ଥ ରଖିବାକୁ ପରାମର୍ଶ ଦେବା ସହିତ ଆରଥରକୁ ରକ୍ତ ଦେବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପରେ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସମସ୍ୟା ଉପରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ମହାବିଦ୍ୟାଳୟର ଛାତ୍ରୀ ଓ ସହକର୍ମୀଙ୍କ ସମେତ ମୋଟ ୯୧ ଜଣ ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ। ରକ୍ତଦାତାମାନଙ୍କ ମଧ୍ୟରୁ ଦୃଷ୍ଟିବାଧିତ ଛାତ୍ରୀ ଯମୁନା ପରିଡ଼ା ରକ୍ତଦାନ କରି ଅନ୍ୟ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କଲେଜର ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି, ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର, କ୍ୟାପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଦେବାଶିଷ ମିଶ୍ର, ସ୍ବେଚ୍ଛାସେବୀ ସୁନନ୍ଦା ପ୍ରଧାନ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ସମସ୍ତ ଛାତ୍ରୀମାନଙ୍କୁ ରକ୍ତଦାନ କରିବା ନିମନ୍ତେ ସଚେତନ କରାଇଥିଲେ। କଟକ ବଡ଼ ମେଡିକାଲ ରକ୍ତଭଣ୍ଡାର ପକ୍ଷରୁ ଡା.ବୀଣାପାଣି ତ୍ରିପାଠୀ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଟେକ୍ନିସିଆନ୍ ଶିବସୁନ୍ଦର ପଟ୍ଟନାୟକ, ରାମଚନ୍ଦ୍ର ଖଟୁଆ, ଶିବପ୍ରସାଦ ମହାପାତ୍ର ଓ ସୌଭାଗ୍ୟ ମଂଜରୀ ଦ୍ବିବେଦୀ ରକ୍ତ ସଂଗ୍ରହ କରିଥିଲେ। ସୁମନ୍ତ କୁମାର ବେହେରା, ବିଷ୍ଣୁପ୍ରସାଦ ଘୋଷ ଓ ବିଶ୍ୱଜିତ୍ ଦୀକ୍ଷିତ୍ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଛାତ୍ର ସଂସଦର ଉପଦେଷ୍ଟା ଶରତ କୁମାର କଣ୍ଠ, କାଳୀ ପ୍ରସନ୍ନ ମିଶ୍ର, ସବିତା ମହାନ୍ତି ଓ ସସ୍ମିତା ପ୍ରଧାନ ଏହି ଶିବିରକୁ ପରିଚାଳନା କରିଥିଲେ।
ନଳିନୀ ଦେବୀ ମହିଳା ଶିକ୍ଷା ମହାବିଦ୍ୟାଳୟରେ ରକ୍ତଦାନ ଶିବିର
୯୧ ୟୁନିଟ୍ ରକ୍ତ ସଂଗ୍ରହ
/sambad/media/post_attachments/wp-content/uploads/2018/12/Untitled-9-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)