ବାଲିପାଟଣା: ବାଲିପାଟଣା ବ୍ଲକ ଅନ୍ତର୍ଗତ ରାଜସ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଏକ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଓ ସମ୍ବାଦ, ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ଏକ ରକ୍ତଦାନ ଶିବିରୁ ମୋଟ ୫୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଗ୍ରାମାଞ୍ଚଳରେ ରକ୍ତଦାନ ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖା ଦେଇଥିଲା। ମେଡ଼ିକାଲ ପରୀକ୍ଷାରେ ଫେଲ୍ ହେବା ପରେ ରକ୍ତଦାନ କରି ନପାରି ଉତ୍ସାହର ସହ ଆସିଥିବା ପ୍ରାୟ ୧୭ଜଣ ମହିଳା, ପୁରୁଷ ଖୁବ୍ ମନଦୁଃଖରେ ଫେରିଥିଲେ। ସକାଳ ୯ଟାରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରଟିକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପଟ୍ଟନାୟକ, ସମିତି ସଭ୍ୟ ଦୀପ୍ତିମାନ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ରାଜସର ଯୁବ ସରପଞ୍ଚ ବାସୁଦେବ ପାଳ (ଟୁକୁନା)ନିଜେ ରକ୍ତଦାନ କରିବା ସହ ଶିବିରଟିକୁ ସଂପୂର୍ଣ୍ଣ ପରିଚାଳନା କରିଥିଲେ। ପଞ୍ଚାୟତର ନାଏବ ସରପଞ୍ଚ ସୁଜାତା ସାହୁଙ୍କ ସମେତ ୬ଜଣ ମହିଳା ଶିବିରରେ ରକ୍ତଦାନ କରିଥିଲେ। ବିଏମ୍ସି ରକ୍ତଭଣ୍ଡାର କୈବଲ୍ୟ ପ୍ରଧାନ, ଲିପକ କୁମାର ପାତ୍ର, ସଂଘମିତ୍ରା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ବରାଳ, ଫାର୍ମାସିଷ୍ଟ ସହେଜାଦ୍ ଉଦ୍ଦିନ୍ ଅହମ୍ମଦ ପ୍ରମୁଖ ଶିବିରରେ ରକ୍ତସଂଗ୍ରହ ପାଇଁ କାର୍ଯ୍ୟ କରିଥିଲେ। ଆମ ଓଡ଼ିଶା ଭୁବନେଶ୍ୱର ସଂସ୍କରଣର ରକ୍ତଦାନ ସଂଯୋଜକ ସଂଗ୍ରାମ ସାମନ୍ତରାୟ ଶିବିରରେ ଉପସ୍ଥିତ ଥିବା ବେଳେ ଶିବିରଟି ପରିଚାଳନାରେ ତୁଷାରକାନ୍ତ ପରିଡ଼ା, ଅରୁଣ କୁମାର ଦାଶ, ଭାରତୀବାଳା ନାୟକ, ସୀତା ମାଝି, ସତ୍ୟବଚନ ସ୍ୱାଇଁ, ନିରଞ୍ଜନ ପ୍ରଧାନ, ଚିତ୍ତରଂଜନ ବିଶ୍ୱାଳ, ନୀଳକଣ୍ଠସାହୁ, ପଞ୍ଚାନନ ସ୍ୱାଇଁ, ରାକେଶ ରୋସନ ବିଶ୍ୱାଳ, ଶେଖ୍ ଜମିର ଅହମ୍ମଦ, କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ।
ରାଜସ ରକ୍ତଦାନ ଶିବିରରୁ ୫୨ୟୁନିଟ୍ ରକ୍ତ ସଂଗ୍ରହ
/sambad/media/post_attachments/wp-content/uploads/2018/07/balipatana-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)