ଜିଆଇଇଟି, ଘଙ୍ଗାପାଟଣାରେ ରକ୍ତଦାନ ଶିବିର, ୯୦ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏକ୍ସେଲେଣ୍ଟ ଟେକ୍ନୋକ୍ରାଟ୍ସ (ଜିଆଇଇଟି) ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ  ଘଙ୍ଗାପାଟଣାସ୍ଥିତ ଏହି କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ର ସହଯୋଗରେ ଆୟୋଜିତ  ଏହି ଶିବିରକୁ କଲେଜର ଭାଇସ ଚେୟାରମ୍ୟାନ ଇଂ. ରାମ ନାରାୟଣ ସାବତ ଉଦ୍‌ଘାଟନ କରିଥିଲେ। ପ୍ରିନ୍ସିପାଲ ପ୍ରଫେସର ଡକ୍ଟର ସୁଧାଂଶୁ ଶେଖର ଖୁଣ୍ଟିଆ ଓ ଭାଇସ୍ ପ୍ରିନ୍ସପାଲ ପ୍ରଫେସର  ସତ୍ୟପ୍ରକାଶ ଦାସ, ଡିଜିଏମ୍ ହେମନ୍ତ ଚନ୍ଦ୍ର ଜେନା ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଜ୍ୟୋତିରାଜ ପଦ୍ମନ୍ ଆଚାର୍ଯ୍ୟ ଶିବିର ସଂଯୋଜନା କରିଥିବା ବେଳେ ଅମରେଶ ଶତପଥୀ, ଯତୀନ୍ଦ୍ର କୁମାର ମିଶ୍ର, ସୁମିତା ପାଢ଼ୀ, ଉତ୍କଳରଂଜନ ଦାସ, ମନୋରମା ସୁବୁଦ୍ଧି ଓ ବିଶ୍ୱରଂଜନ ଦାସ ଶିବିର ପରିଚାଳନା କରିଥିଲେ। ସ୍ବେଚ୍ଛାସେବୀ ଭାବରେ କଲେଜ୍‌ର ସମସ୍ତ ସହକର୍ମୀ ଓ ଛାତ୍ରଛାତ୍ରୀମାନେ ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। କଲେଜ୍‌ର ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ସମେତ ମୋଟ ୯୦ ଜଣ ସ୍ବେଚ୍ଛା ରକ୍ତଦାତା ରକ୍ତଦାନ କରିଥିଲେ। ବିଏମ୍‌ସି ହସପିଟାଲ ରକ୍ତଭଣ୍ଡାର ଅଧିକାରୀ ଡକ୍ଟର ଜୟଦୀପ ଘୋଷ ଓ ସହଯୋଗୀମାନେ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ।  ‘ସମ୍ବାଦ-ଆମ ଓଡ଼ିଶା’ର ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର