ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ୍ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି)ର ୮୨ତମ ପ୍ରତିଷ୍ଠା ଦିବସ ଅବସରରେ ଆଇଓବି, ସହିଦନଗର ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଆୟୋଜିତ ଏହି ଶିବିରକୁ ଆଇଓବିର ଡିଜିଏମ୍ ଆର୍. ଶଙ୍କର ରାଓ, ୟୁଏମ୍ ଏମ୍. ଏମ୍. ରାମପ୍ରସାଦ ରାଓ ଓ ସିଏମ୍ ଭବାନୀ ମିଶ୍ର ଉଦ୍‌ଘଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏସ୍ଏମ୍ ସଂଚିତ୍ ପଟ୍ଟନାୟକ ଓ ଦିଲ୍ଲୀପ ଖଟୁଆ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ବ୍ୟାଙ୍କର ଅନ୍ୟ ସମସ୍ତ ସହକର୍ମୀ ମଧ୍ୟ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ଭୁବନେଶ୍ୱର ମୁନିସିପାଲିଟି ରକ୍ତ ଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକ ହରେକୃଷ୍ଣ ପ୍ରଧାନଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା

ସମ୍ବନ୍ଧିତ ଖବର