ଭୁବନେଶ୍ୱର: ହଂସପାଳସ୍ଥିତ ସନ୍ତୋଷ ଟ୍ରେଡିଂ କମ୍ପାନି ପକ୍ଷରୁ ଶୁକ୍ରବାର ଏକ ରକ୍ତଦାନ ଶିବିର କମ୍ପାନି ପରିସରରେ ଆୟୋଜିତ ହୋଇଯାଇଛି। ସମ୍ବାଦ ‘ଆମ ଓଡ଼ିଶା’ର ସହଯୋଗରେ ଆୟୋଜିତ ଏହି ଶିବିରରୁ ମୋଟ ୬୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି ସଂସ୍ଥାର ସତ୍ତ୍ଵାଧିକାରୀ ମନୀଷ ଅଗ୍ରୱାଲ ଓ ଖୁସ୍ବୁ ଅଗ୍ରୱାଲ ପ୍ରଥମେ ରକ୍ତଦାନ କରି ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ପରେ କମ୍ପାନିର ଅନ୍ୟ ସହକର୍ମୀମାନେ ରକ୍ତଦାନ କରିଥିଲେ। ଡ. ଶ୍ରୀକାନ୍ତ ଦାଶ ରକ୍ତଦାତାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଲୋକସଂପର୍କ ଅଧିକାରୀ ଶାରଦାକାନ୍ତ ଚୌଧୁରୀ ପଞ୍ଜୀକରଣ କରିଥିବାବେଳେ ଟେକ୍ନିସିଆନ୍ ଦୁର୍ଗାପ୍ରସାଦ ରଥ ରକ୍ତସଂଗ୍ରହ କରିିଥିଲେ। ବାବୁଲି ରଥ, ପ୍ରତାପ ସାହୁ ଓ ଦିଲ୍ଲୀପ ବଳିଆରସିଂହ ରକ୍ତସଂଗ୍ରହରେ ସହଯୋଗ କରିଥିଲେ। କମ୍ପାନିର କର୍ମଚାରୀ ସି ଏଚ୍ ଆଦିତ୍ୟ କୁମାର, ସତ୍ୟଜିତ୍ ପଟ୍ଟନାୟକ, ସୌମ୍ୟରଂଜନ ମହାପାତ୍ର, ରମାକାନ୍ତ ରଣା, ପବିତ୍ର ସାହୁ ଓ ରାଜେନ୍ଦ୍ର ବେହେରା ଏହି ଶିବିରକୁ ପରିଚାଳନା କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ଓ ହରେକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।
ସନ୍ତୋଷ ଟ୍ରେଡିଂ ପକ୍ଷରୁ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/07/ama-odishablood-donation-camp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)