ଭୁବନେଶ୍ୱର: ନିକଟରେ ଫନିର ତାଣ୍ଡବ ସାଙ୍ଗକୁ ଭୀଷଣ ଗ୍ରୀଷ୍ମ ପ୍ରବାହ କାରଣରୁ ଓଡ଼ିଶାର ରକ୍ତ ଭଣ୍ଡାରମାନଙ୍କରେ ରକ୍ତର ଘୋର ଅଭାବ ଦେଖାଦେଇଛି। ଏହି ଅଭାବକୁ କିଛି ମାତ୍ରାରେ ଦୂର କରିବା ପାଇଁ ଫାଲକନ୍ ମେରାଇନ୍ ଏକ୍ସପୋର୍ଟ ଲିମିଟେଡ୍ ଓ ‘ଆମ ଓଡ଼ିଶା’ର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରଟି ସ୍ଥାନୀୟ ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ପଟିଆସ୍ଥିତ ଫାଲକନ୍ ମେରାଇନ୍ ଏକ୍ସପୋର୍ଟ ଲିମିଟେଡ୍ର କାର୍ଯ୍ୟାଳୟ ପରିସରରେ ଅୁନୁଷ୍ଠିତ ହୋଇଥିଲା। ଫାଲକନ୍ର ମୁଖ୍ୟ ପରିଚାଳନା ଅଧିକାରୀ ପି. ପଦ୍ମନାଭନ୍, ଏଜିଏମ୍ଏମ୍ ସୁରେଶ କୁମାର ଓ ଆଶୁତୋଷ ଦାଶ ପ୍ରମୁଖ ରକ୍ତଦାନ କରିବା ସହିତ ଶିବିର ପରିଚାଳନା କରିଥିଲେ। ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ, ହରେକୃଷ୍ଣ ପ୍ରଧାନ, ଲଳିତ ରାଉତ ଓ ବ୍ରଜକିଶୋର ଦାଶ ଶିବିର ପରିଚାଳନାରେ ସହଯୋଗ କରିଥିଲେ। କ୍ୟାପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଦେବାଶିଷ ମିଶ୍ର ମଧ୍ୟ ଏହି ଶିବିରରେ ଯୋଗଦାନ କରି ରକ୍ତ ଅଭାବ ସମୟରେ ରକ୍ତଦାନ କରିଥିବାରୁ ସମସ୍ତ ରକ୍ତଦାତା, ଆୟୋଜକ ତଥା ପରିଚାଳକଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ମୋଟ ୩୦ ଜଣ ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ।
ଟିମ୍ ଫାଲକନ୍ ପକ୍ଷରୁ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2019/05/Untitled-14-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)