ଆଉଟ୍‍ରିଚ୍‍ ପକ୍ଷରୁ ଗ୍ରୀଷ୍ମକାଳୀନ ରକ୍ତଦାନ ଶିବିର

ଭୁବନେଶ୍ବର: ଗ୍ରୀଷ୍ମକାଳୀନ ରକ୍ତ ଅଭାବକୁ କିଛିମାତ୍ରାରେ ଦୂର କରିବା ପାଇଁ ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ‘ଆଉଟ୍‍ରିଚ୍‍’ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ସୁବ୍ରତ କୁମାର ପତିଙ୍କ ଉଦ୍ୟମରେ ତଥା ‘ସମ୍ୱାଦ-ଆମ ଓଡ଼ିଶା’ର ସହଯୋଗରେ ସ୍ଥାନୀୟ ଖାରବେଳ ନଗରସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ଏହି ଶିବିରଟି ଅନୁଷ୍ଠିତ ହୋଇ ୨୦ ୟୁନିଟ୍‍ ରକ୍ତ ସଂଗୃହୀତ ହୋଇଛି। ଶିବିରରେ ଆମ ଓଡ଼ିଶାର ସଂପାଦକ ସ୍ୱରାଜ ମିଶ୍ର ଓ ପ୍ରକାଶନ ବିଭାଗର ସଂପାଦକ ଅସିତ୍‍ ମହାନ୍ତି ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଆମ ଓଡ଼ିଶାର ଅନ୍ୟ ସହକର୍ମୀମାନେ ଶିବିର ପରିଚାଳନା କରିଥିଲେ। ଆଉଟରିଚ୍‍’ ପକ୍ଷରୁ ବିଷ୍ଣୁପ୍ରିୟା, ରାମାନୁଜ, କପିଳାସ, ଦୁଷ୍ମନ୍ତ ଓ ଜ୍ୟୋତିର୍ମୟୀ ପ୍ରମୁଖ ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। ମୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡା. କଲ୍ୟାଣ କୁମାର ସର୍କାର ଓ ତାଙ୍କ ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ପରିଶେଷରେ ଖରାଦିନେ ରକ୍ତର ଅଭାବ ସମୟରେ ରକ୍ତଦାନ କରିଥିବାରୁ ଆୟୋଜକ ତଥା ସମସ୍ତ ରକ୍ତଦାତାଙ୍କୁ ଆମ ଓଡ଼ିଶାର ସଂପାଦକ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର