ଭୁବନେଶ୍ୱର: ସ୍ଥାନୀୟ ସାମନ୍ତବିହାରସ୍ଥିତ ଭୁବନେଶ୍ୱରର ଅଗ୍ରଣୀ ପ୍ରି-ସ୍କୁଲ ଡଲ୍‍ସ ଏନ୍‍ ଡନ୍‍ସ କିଡଜି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କିଡ୍‌ଜି, ଚନ୍ଦ୍ରଶେଖରପୁରର ପରିଚାଳନା ନିର୍ଦ୍ଦେଶକ ଇଂ. ପ୍ରତାପ ପଟ୍ଟନାୟକ ଶିବିରରେ ଉପସ୍ଥିତ ରହି ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସଂଯୋଜିକା ଅରୁଣିମା ତ୍ରିପାଠୀ ଶିବିର ପରିଚାଳନା କରିଥିଲେ। ଶର୍ବାଣୀ, ସ୍ମୃତିରେଖା, କଳ୍ପନା, ତୃପ୍ତି, ଶ୍ୱାତୀ, ଶ୍ୱେତା, ସୂଚୀ ଓ ଶ୍ରୁତି ପରିଚାଳନା‌ରେ ସହାୟତା କରିଥିଲେ। ଅନୁଷ୍ଠାନର ସହକର୍ମୀ ତଥା ଅଭିଭାବକ ଓ ଅନ୍ୟ ସ୍ବେଚ୍ଛାକୃତ ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ। ମ୍ୟୁନିସିପାଲିଟି ହସ୍ପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକ ପ୍ରଭଂଜନ ପାଣିଗ୍ରାହୀ ଓ ହରେକୃଷ୍ଣ ପ୍ରଧାନଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।