ଫ୍ୟୁଚର୍‌ କ୍ୟାରିୟର ସଲ୍ୟୁସନ୍‌ସ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର: ସହିଦନଗରସ୍ଥିତ ଫ୍ୟୁଚର୍‌ କ୍ୟାରିୟର୍‌ ସଲ୍ୟୁସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ (ଏଫ୍‌ସିଏସ୍‌) ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ମୋଟ ୨୫ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଛି। ଶିବିରରେ ଆମ ଓଡ଼ିଶାର ସ˚ପାଦକ ସ୍ବରାଜ ମିଶ୍ର ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏଫସିଏସ୍‌ର ପରିଚାଳନା ନିର୍ଦ୍ଦେଶକ ସୀତେଶ ପଟ୍ଟନାୟକ ଶିବିର ପରିଚାଳନା କରିଥିଲେ। କାମାକ୍ଷା ମହାନ୍ତି, ସନ୍ଦୀପ କୁମାର ପାଣିଗ୍ରାହୀ, ସୁଧା˚ଶୁ ବେଉରା, କୁନାଲ ପଟ୍ଟନାୟକ, ପ୍ରସନ୍ନ ଭୋଇ, ଈପ୍‌ସିତା ପଟ୍ଟନାୟକ, ଲୋପା ଓ ଲିଜା ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। ଅନୁଷ୍ଠାନର ସମସ୍ତ ସହକର୍ମୀ ଓ ଅନ୍ୟ ସ୍ବେଚ୍ଛା ରକ୍ତଦାତାମାନେ ଶିବିରରେ ରକ୍ତଦାନ କରିଥିଲେ। କ୍ୟାପିଟାଲ ରକ୍ତଭଣ୍ତାରର ସହକର୍ମୀମାନେ ଶିବିରରୁ ରକ୍ତ ସ˚ଗ୍ରହ କରିଥିଲେ। ଆମଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ସ˚ଯୋଜକ ପ୍ରଭଞନ ପାଣିଗ୍ରାହୀ ଓ ସ୍ବେଚ୍ଛାସେବୀ ତୀର୍ଥଦେବ ପଣ୍ତାଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର