କଟକ: କଟକ ବଡମେଡିକାଲ ହେପାଟୋଲୋଜି ବିଭାଗ ଓ ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ଏକ ରକ୍ତଦାନ ଶିବିର ଏସ୍ସିବି ରକ୍ତଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ‘ସମ୍ବାଦ ଗ୍ରୁପ୍’ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା ସୁଦତ୍ତା ପଟ୍ଟନାୟକ ଶିବିରକୁ ଉଦ୍ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୀତାଞ୍ଜଳି ବକ୍ସି, ହେପାଟୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ହେମାଟୋଲୋଜି ବିଭାଗ ଡାକ୍ତର ରାଜୀବ ନାୟକ, ରକ୍ତଭଣ୍ଡାର ପରିଚାଳକ କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମାଜସେବୀ ସୁଶାନ୍ତ କୁମାର ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ। ଶିବିରରୁ ମୋଟ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ ହେମାଟୋଲୋଜି ବିଭାଗ ଡେ’ କେୟାର ୟୁନିଟ୍ର ଏନିମିଆ, ଥାଲାସେମିଆ, ଲିକ୍ୟୁମିଆ ରୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ପଟ୍ଟନାୟକ ଫଳ ବଣ୍ଟନ କରିିଥିଲେ। ହେମାଟୋଲୋଜି ବିଭାଗର ଲକ୍ଷ୍ମୀପି୍ରୟା ରାଉତ, ମାଳତୀ ତ୍ରିପାଠୀ, ବିଷ୍ଣୁପ୍ରିୟା ରଥ, ମାନସୀ ଦାସ, ସ୍ୱର୍ଣ୍ଣଲତା ସାହୁ, ସୌଦାମିନୀ ବିଶ୍ୱାଳ ଓ ଅଶୋକ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ବିନୟ ଭୂଷଣ ସାହୁ, ରାମଚନ୍ଦ୍ର ଖଟୁଆ, ନିରଞ୍ଜନ ପଟ୍ଟନାୟକ, ଶୁଭଶ୍ରୀ ଜେନା, ମନୋରମା ରାଉତ, ସୌଭାଗ୍ୟ ମଞ୍ଜରୀ ଦ୍ୱିବେଦୀ, ଯମୁନାମଣି ମୁର୍ମୁ, ସଂଗ୍ରାମ ଉତ୍ତରାୟ, ବିଷ୍ଣୁପ୍ରସାଦ ଘୋଷ ରକ୍ତ ସଂଗ୍ରହ କରିଥିଲେ। ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଜ୍ୟୋତିପ୍ରକାଶ ମହାପାତ୍ର, ଚିତ୍ତରଞ୍ଜନ ମହାନ୍ତି, ଜ୍ଞାନରଞ୍ଜନ ରାଉତରାୟ, ସୌମ୍ୟରଞ୍ଜନ ପାତ୍ର, ସମାଜସେବୀ ବିକ୍ରମ ଷେଣ୍ଢ, ବିଶ୍ୱରଞ୍ଜନ ସାହୁ ଶିବିର ପରିଚାଳନା କରିଥିଲେ।
ହେପାଟୋଲୋଜି ବିଭାଗ ପକ୍ଷରୁ ରକ୍ତଦାନ
/sambad/media/post_attachments/wp-content/uploads/2018/07/DSC_0028.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)