ଭୁବନେଶ୍ୱର: ମଡର୍ଣ୍ଣ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜ୍ମେଣ୍ଟ (ଏମ୍ଆଇଟିଏମ୍) ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଆଜି ସ୍ଥାନୀୟ କଣ୍ଟାବାଡ଼ସ୍ଥିତ କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୫୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଶିବିରକୁ ଅନୁଷ୍ଠାନର ଅଧ୍ୟକ୍ଷ ଡ. ପୁରଜିତ୍ ମିଶ୍ର ଉଦ୍ଘାଟନ କରିଥିଲେ। ଉପାଧ୍ୟକ୍ଷ ଦେବାଶିଷ ହୋତା ଶିବିର ପରିଚାଳନା କରିଥିଲେ। ମେକାନିକାଲ ବିଭାଗର ଅଧ୍ୟାପକ ଅଜିତ କୁମାର ଧଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ‘ରକ୍ତଦାନ ମହତ ଦାନ’ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀ ତଥା ସହକର୍ମୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ମୁନିସିପାଲିଟି ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।
ଏମ୍ଆଇଟିଏମ୍ରୁ ୫୨ୟୁନିଟ୍ ରକ୍ତ ସଂଗ୍ରହ
/sambad/media/post_attachments/wp-content/uploads/2018/08/ama-odisha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)