ଜିଆଇଇଟି, ଘଙ୍ଗାପାଟଣା ପକ୍ଷରୁ ରକ୍ତଦାନ ଶିବିର: ୬୭ ୟୁନିଟ୍ ସଂଗୃହୀତ

ଭୁବନେଶ୍ବର: ବିଶ୍ବ କର୍କଟ ଦିବସ ଅବସରରେ ଆଜି ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଏକ୍ସେଲେଣ୍ଟ ଟେକ୍ନୋକ୍ରାଟସ୍‌ (ଜିଆଇଇଟି) ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ସ୍ଥାନୀୟ ଘଙ୍ଗାପାଟଣାସ୍ଥିତ କଲେଜ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ମୋଟ ୬୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଶିବିରରେ ଅନୁଷ୍ଠାନର ଭାଇସ୍‌ ଚେୟାର୍‌ମ୍ୟାନ୍‌ ଇଂ ରାମନାରାୟଣ ସାବତ, ପ୍ରିନ୍ସିପାଲ ଡ. ସୁଧାଂଶୁ ଶେଖର ଖୁଣ୍ଟିଆ ଓ ଭାଇସ ପ୍ରିନ୍ସିପାଲ ପ୍ରଫେସର୍‌ ସତ୍ୟପ୍ରକାଶ ଦାଶ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍‌ଘାଟନ କରିଥିଲେ। ତାଙ୍କ ସହ ଯତୀନ୍ଦ୍ର କୁମାର ମିଶ୍ର, ସୁମିତା ପାଢ଼ୀ ଓ ଦେବପ୍ରସାଦ ମଜୁମଦାର ମଧ୍ୟ ଉପସ୍ଥିତ ରହି ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ମୃତ୍ୟୁଞ୍ଜୟ ସେନାପତି, ଅମ୍ବୁଜ କୁମାର ପରିଡ଼ା, ରାକେଶ ଶର୍ମା ଓ ଅମରେଶ ଶତପଥୀ ଶିବିର ପରିଚାଳନା କରିଥିଲେ। କଲେଜର ସହକର୍ମୀ ଓ ଛାତ୍ରଛାତ୍ରୀମାନେ ଏହି ଶିବିରରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡକ୍ଟର କଲ୍ୟାଣ କୁମାର ସରକାର, ସଂଘମିତ୍ରା ସ୍ବାଇଁ ଓ କୈବଲ୍ୟ ବେହେରା ରକ୍ତସଂଗ୍ରହ କାର୍ଯ୍ୟ ସଂପାଦନ କରିଥିଲେ। ଆମ ଓଡ଼ିଶା ରକ୍ତଦାନ ଶିବିର ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର