ଗଣେଶ ପଲିଟେକ୍‍ନିକ୍‍ରୁ ୭୭ ୟୁନିଟ୍‍ ରକ୍ତ ସଂଗୃହୀତ

ଭୁବନେଶ୍ୱର: ସ୍ଥାନୀୟ ଅନ୍ଧାରୁଆସ୍ଥିତ ଗଣେଶ ପଲିଟେକ୍‌ନିକ୍‍ ଓ ‘ସମ୍ୱାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୭୭ ୟୁନିଟ୍‍ ରକ୍ତ ସଂଗୃହୀତ ହୋଇଛି। କଲେଜର ପରିଚାଳକ ବିଭୂତି ଭୂଷଣ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ। କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ କୁମାର ବେହେରା, ଲୋକସଂପର୍କ ଅଧିକାରୀ ବିକ୍ରମ କିଶୋର ମିଶ୍ର ଓ ସହକର୍ମୀମାନେ ପରିଚାଳନା କରିଥିଲେ। ମ୍ୟୁନିସିପାଲଟି ରକ୍ତଭଣ୍ଡାରର ଅଧିକାରୀ ଡା. ଜୟଦୀପ ଘୋଷ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କୈବଲ୍ୟ ପ୍ରଧାନ ଓ ଲିପକ ପାତ୍ର ରକ୍ତ ସଂଗ୍ରହ କରିଥିଲେ। ସଂଘମିତ୍ରା ସ୍ୱାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ପ୍ରୀତିରଂଜନ ନାୟକ ଓ ବିଷ୍ଣୁ ସ୍ୱାଇଁ ସହଯୋଗ କରିଥିଲେ। ଓଡ଼ିଶାରେ ଯେପରି କୌଣସି ବ୍ୟକ୍ତିଙ୍କ ରକ୍ତ ଅଭାବରୁ ମୃତ୍ୟୁ ନହୁଏ, ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ଏପରି ମହତ କାର୍ଯ୍ୟକୁ ଜାରି ରଖିବେ ବୋଲି ସଂକଳ୍ପ ନେଇଥିଲେ।

ସମ୍ବନ୍ଧିତ ଖବର