ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ରକ୍ତଦାନ ଶିବିର, ସହିଦ କ୍ଲବ୍‍ରୁ ୫୩ ୟୁନିଟ୍‍ ସଂଗୃହୀତ

ଭୁବନେଶ୍ୱର: ଅଗଷ୍ଟ ୧୮ ତାରିଖ ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ସ୍ଥାନୀୟ ସହିଦନଗରସ୍ଥିତ ସହିଦ କ୍ଲବ୍‍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୫୩ ୟୁନିଟ୍‍ ରକ୍ତ ସଂଗୃହୀତ ହୋଇଛି। ‘ସମ୍ୱାଦ-ଆମ ଓଡ଼ିଶା’ର ସହଯୋଗରେ ଆୟୋଜିତ ଏହି ଶିବିରରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କ୍ଲବ୍‍ ପକ୍ଷରୁ ପ୍ରକାଶ କୁମାର ହାତୀ ଶିବିର ସଂଯୋଜନା କରିଥିଲେ। ସୁମନ ଚରଣ ପ୍ରଧାନ, ମୟୂର ଜେନା, ପିଣ୍ଟୁ ସ୍ୱାଇଁ, ଉପେନ୍ଦ୍ର ଭଂଜ, ଅଂଶୁମାନ ଅଗସ୍ତି, ସର୍ବେଶ୍ୱର ପାଣିଗ୍ରାହୀ, ରାଜେନ୍ଦ୍ର ପାଣିଗ୍ରାହୀ, ବିଶ୍ୱଜିତ୍‍ ବିଶ୍ୱାଳ, ସତ୍ୟଜିତ ପାତ୍ର, ଶକ୍ତିପ୍ରସାଦ ଜି, ଏସ୍‍.କେ ୱାହିଦ୍‍, ପଞ୍ଚାନନ ପାଣିଗ୍ରାହୀ, ଦୀପକ ଦାସ, ସରୋଜ ଗଡ଼ନାୟକ, ଯତୀନ କୁମାର ଦଳେଇ, ରିତ୍ୱିନ୍‍, ଅଂଶୁମାନ, ଲିଙ୍ଗରାଜ ରାଉତ ଓ ଆଶିଷ ରାଉତ ଏହି ଶିବରକୁ ପରିଚାଳନା କରିଥିଲେ। ମୁନିସିପାଲିଟି ହସ୍‌ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡକ୍ଟର କଲ୍ୟାଣୀ ସରକାର ଓ ତାଙ୍କ ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ଆମ ଓଡ଼ିଶାର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର