ଆବେ ୱେଷ୍ଟ ସର୍ଭିସେସ୍‌ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଲୁମ୍ୱିନି ବିହାରସ୍ଥିତ ଆବେ ୱେଷ୍ଟ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଓ ସମ୍ୱାଦ-ଆମ ଓଡ଼ିଶା ସହାୟତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରୋଟାରି କ୍ଲବ୍‍, ଭୁବନେଶ୍ୱର ହେରିଟେଜ୍‍ ଓ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ଭଳି ସାମାଜିକ ଅନୁଷ୍ଠାନମାନେ ଏହି ଶିବିରରେ ସହଯୋଗ କରିଥିଲେ। ଏହି ଯୁଗ୍ମ ଶିବିରକୁ ଜିଲ୍ଲା ରୋଟାରି ଗଭର୍ଣ୍ଣର ସି.ଏ ଦେବାଶିଷ ମିଶ୍ର ଓ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ସଭାପତି ମଧୁମାଧବ ଜେନା ଓ ଆବେ ୱେଷ୍ଟ ସର୍ଭିସେସ୍‌ର ପ୍ରତିଷ୍ଠାତା ପ୍ରଫେସର୍‌ ପୃଥ୍ୱୀରାଜ ଦାସ ଉଦ୍‍ଘାଟନ କରିଥିଲେ। ରୋଟାରି କ୍ଲବ ଭୁବନେଶ୍ୱର ହେରିଟେଜ୍‌ର ସଭାପତି ସାରଙ୍ଗଧର ସାମଲ ମଧ୍ୟ ଉପସ୍ଥିତ ଥିଲେ। ରୋଟାରିଆନ୍‍ ଯୁଗଳ କିଶୋର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରୁ ରୋଟାରିଆନ୍‌ ଦେବବ୍ରତ ପାଣିଗ୍ରାହୀ, ରୋଟାରିଆନ୍‌ ବିକ୍ରମ କେଶରୀ ରାୟ ମଧ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବ୍ଳୁ ହ୍ୱିଲ୍‍ ହସ୍‍ପିଟାଲର ଭେଷଜ ବିଶେଷଜ୍ଞ ଅଭିମନ୍ୟୁ, ଅର୍ଥୋପେଡିକ୍‌ ଡାକ୍ତର ଶିଶିର ସାହୁ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ତୃଷ୍ଣା ମହାନ୍ତି ଆବେ ୱେଷ୍ଟ ସର୍ଭିସେସ୍‌ର ୩୦୦ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଆବେ ୱେଷ୍ଟ ସର୍ଭିସେସ୍‌ର ରାଜ୍ୟ ମୁଖ୍ୟ ଅସିମ ଦାସ, ଲୋକସଂପର୍କ ଅଧିକାରୀ ଦୀପକ ଦାସ, କେନ୍ଦ୍ର ମୁଖ୍ୟ ପୂର୍ଣ୍ଣେନ୍ଦୁ ମହାପାତ୍ର ଓ ଭାସ୍ନା ମହାରଣା ଶିବିର ପରିଚାଳନା କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାରର ଅଧିକାରୀ ଡାକ୍ତର କଲ୍ୟାଣ ସରକାର ଓ ତାଙ୍କ ସହକର୍ମୀମାନେ ଶିବିରରୁ ରକ୍ତସଂଗ୍ରହ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ଅନ୍ୟ ସ୍ୱେଚ୍ଛାରକ୍ତଦାତାଙ୍କ ସମେତ ମୋଟ ୩୧ ଜଣ ଏହି ଶିବିରରେ ରକ୍ତଦାନ କରିଥିଲେ । ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର