ଆମ ଓଡ଼ିଶା ଓ ଲେଡ଼ି ପ୍ରୋଟେକ୍ଟ ଟିମ୍‌ ପକ୍ଷରୁ ରକ୍ତଦାନ ଶିବିର

ଚନ୍ଦ୍ରଶେଖରପୁର: ନାରୀ ସୁରକ୍ଷା ଓ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ସାମାଜିକ ସଂଗଠନ ଲେଡ଼ି ପ୍ରୋଟେକ୍ଟ ଟିମ୍‌ (ଏଲ୍‌ପି ଟିମ୍‌) ଓ ଆମ ଓଡ଼ିଶାର ମିଳିତ ସହଯୋଗରେ ଆଜି ସ୍ଥାନୀୟ ହାଉସିଂବୋର୍ଡ଼ କଲୋନୀ ଦୁର୍ଗାପୂଜା ପଡ଼ିଆରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଯୁବବନ୍ଧୁମାନେ ରକ୍ତଦାନ କରିଥିଲେ। ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ସଭାପତି ମଧୁମାଧବ ଜେନା, ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର, ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଦୀପକ ମିଶ୍ର, ଯୁବନେତା ମନୋଜ ସାହୁ, କର୍ପୋରେଟର ପ୍ରିତୀନନ୍ଦା ରାଉତରାୟ, ସୁନନ୍ଦା ଶତପଥୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଲ୍‌ପି ଟିମ୍‌ର ସମରେନ୍ଦ୍ର ସାହୁ, ପ୍ରସନ୍ନ ପାଣି, ଅନିରୁଦ୍ଧ ଲେଙ୍କା, ବିଶ୍ୱନାଥ ଜେନା, ବିଶ୍ୱଜିତ୍‌ ଜେନା, ରମାକାନ୍ତ ସ୍ୱାଇଁ, ପୂଜା, ଅମିତ୍‌, ଆମ ଓଡ଼ିଶା ପକ୍ଷରୁ ହରେକୃଷ୍ଣ ବେହେରା, ସମ୍ବାଦ ପ୍ରତିନିଧି ରାଜ କିଶୋର ଦାଶ, ବିଦ୍ୟାଧର ବାରିକ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ। ଏହି ଶିବିରରେ ମୋଟ ୧୮ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା।

ଥାନା ଅଧିକାରୀ ବି ରକ୍ତ ଦେଲେ
ଆଜିର ରକ୍ତଦାନ ଶିବିରରେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଦୀପକ ମିଶ୍ର ପ୍ରଥମେ ରକ୍ତଦାନ କରି ଶିବିରଟିକୁ ଉଦ୍‌ଘାଟନ କରିଥିଲେ। ଆମ ଓଡ଼ିଶା ସହଯୋଗରେ ରକ୍ତଦାନ ଶିବିର ଆୟୋଜନ ହେବା ସୂଚନା ପାଇ ସ୍ୱତଃପ୍ରବୃତ୍ତ ଭାବରେ ରକ୍ତଦାନ କରିବାକୁ ଆଗ୍ରହ ରଖିଥିଲେ। ସାରା ଓଡ଼ିଶାରେ ଆମ ଓଡ଼ିଶାର ରକ୍ତଦାନ ଭଳି ମହତ କାର୍ଯ୍ୟକୁ ଶ୍ରୀ ମିଶ୍ର ଭୂୟସୀ ପ୍ରଶଂସା କରିଥିଲେ। ତାଙ୍କ ରକ୍ତ ଯଦି ଜଣଙ୍କ ଜୀବନ ବଞ୍ଚାଇପାରିବ ତେବେ ଜୀବନରେ ସାର୍ଥକତା ଆସିବ ବୋଲି ସେ କହିଛନ୍ତି। ପୁଲିସ୍‌ ସର୍ବଦା ସାଧାରଣ ଲୋକଙ୍କ ବନ୍ଧୁ। ଆଇଆଇସି ଶ୍ରୀ ମିଶ୍ରଙ୍କର ଏହି ଆଗ୍ରହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବା ନେଇ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ମତଦେଇଥିଲେ।

ସମ୍ବନ୍ଧିତ ଖବର