ଭୁବନେଶ୍ୱର: ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍ର ପୂର୍ବତନ ଚେୟାରମ୍ୟାନ ସ୍ୱର୍ଗତ ହରିଶଙ୍କର ସିଂଘାଣିଆଙ୍କ ୮୫ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ‘ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍’ ଓ ‘ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଆଜି ସ୍ଥାନୀୟ ଜୟଦେବ ବିହାରସ୍ଥିତ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜେକେ ଲକ୍ଷ୍ମୀ ସିମେଣ୍ଟର ଭାଇସ୍ ପ୍ରେସିଡେଣ୍ଟ ସୁସୀମ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମାର୍କେଟିଂ ହେଡ୍ ଦେବଦତ୍ତ ସାହୁ ଶିବିର ପରିଚାଳନା କରିଥିଲେ। ଗଂଗାଧର ପ୍ରଧାନ ଓ ବିଭୁ କଲ୍ୟାଣ ମହାନ୍ତି ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ଶିବିରରେ ଅନୁଷ୍ଠାନର ସହକର୍ମୀ ଓ ଅନ୍ୟ ସ୍ୱେଚ୍ଛାରକ୍ତଦାତାଙ୍କ ସମେତ ମୋଟ ୩୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡା. ଜୟଦୀପ ଘୋଷ ଓ ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।
‘ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍୍’ ପକ୍ଷରୁ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/06/blood-donation-camp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)