ବାହାଘର ଭୋଜିରେ ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ବର: ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ କରିବା କଥା ହୁଏତ ଆପଣ ଶୁଣିଥିବେ। ମାତ୍ର ବାହାଘର ଭୋଜିରେ ନିମନ୍ତ୍ରିତ ଅତିଥିଙ୍କ ଗହଣରେ ଭୋଜି ଚାଲିଥିବା ସ୍ଥଳରେ ରକ୍ତଦାନ ଶିବିର ଆୟୋଜନ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସୌମ୍ୟରଂଜନ ଜେନା ଓ ତାଙ୍କ ପତ୍ନୀ ରାଜଶ୍ରୀ ଜେନା। ‘ସମର୍ପିତ’ ଅନୁଷ୍ଠାନରେ ଜଣେ ସ୍ବେଚ୍ଛାକୃତ ରକ୍ତଦାତା ଭାବେ ପରିଚିତ ସୌମ୍ୟରଂଜନଙ୍କ ରକ୍ତ ଗ୍ରୁପ୍‌ ଓ(-) ହୋଇଥିବାରୁ ସେ ଆବଶ୍ୟକ ସମୟରେ ଲୋକଙ୍କୁ ଯାଇ ରକ୍ତଦାନ କରନ୍ତି। ତେବେ ବିବାହ ଭଳି ଏକ ଶୁଭ ଅବସରରେ ମଧ୍ୟ ସେ ତାଙ୍କର ଏହି ମହତ୍‌ ଅଭିଯାନକୁ ଯୋଡ଼ିବାକୁ ଇଚ୍ଛା କରିଥିଲେ। ଦାରୁଠେଙ୍ଗସ୍ଥିତ ଖଣ୍ଡୁଆଳି ପଡ଼ିଆରେ ଆୟୋଜିତ ବିବାହ ଭୋଜିସ୍ଥଳରେ ପ୍ରଥମେ ସୌମ୍ୟ ଓ ରାଜଶ୍ରୀ ରକ୍ତଦାନ କରିଥିଲେ। ପରେ ତାଙ୍କର ଏପରି ଆୟୋଜନରେ ଅଭିଭୂତ କିଛି ବନ୍ଧୁ ଓ ସାଙ୍ଗସାଥୀ ରକ୍ତଦାନ କରିଥିଲେ। ସଂଧ୍ୟା ୮ଟା ସୁଦ୍ଧା ୧୨ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା।

ସମ୍ବନ୍ଧିତ ଖବର