ମା’ ମଙ୍ଗଳା ୟୁଥ୍‌ କ୍ଲବ୍‌ ପକ୍ଷରୁ ରକ୍ତଦାନ ଶିବିରରୁ ୭୧ ୟୁନିଟ ରକ୍ତ ସ˚ଗ୍ରହ

ଭୁବନେଶ୍ବର: ବିଶ୍ବ ଏଡ୍‌ସ ଦିବସ ଅବସରରେ ଭୁବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମା’ ମଙ୍ଗଳା ୟୁଥ୍‌ କ୍ଲବ୍‌ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭୧ ୟୁନିଟ ରକ୍ତ ସ˚ଗ୍ରହ ହୋଇଛି। ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ମଞ୍ଚେଶ୍ବର ଥାନା ଅଧିକାରୀ ଯତୀନ୍ଦ୍ରନାଥ ସେଠୀ, ଆମ ଓଡ଼ିଶାର ସ˚ପାଦକ ସ୍ବରାଜ ମିଶ୍ର, ସମାଜସେବୀ ଅଭିଳାଷ ମାଣିଆ, କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ତାର ଅଧିକାରୀ ଡା. ଦେବାଶିଷ ମିଶ୍ର, ସ୍ଥାନୀୟ ପୂର୍ବତନ କର୍ପୋରେଟର ତଥା ରୋଟାରି କ୍ଲବ୍‌ର ସଦସ୍ୟମାନେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତଦାନ କାର୍ଯ୍ୟକ୍ରମ ମାଧୢମରେ କ୍ଲବର ସଦସ୍ୟମାନେ ସମାଜସେବୀ ଶ୍ରୀ ମାଣିଆଙ୍କୁ ତାଙ୍କର ୩୩ତମ ଜନ୍ମଦିବସର ଶୁଭେଚ୍ଛା ଜଣାଇଥିଲେ। କ୍ଲବ୍‌ ପକ୍ଷରୁ ଆଶିଷ ରାଉତ, ଅସ୍ମିତ ଦାସ, ଗୁଡୁ ମହାନ୍ତି, ସନ୍ଦୀପ ମହାନ୍ତି, ଲିକନ୍‌ ଜେନା, ସୁଧା˚ଶୁ ଶେଖର ଖୁଣ୍ଟିଆ ଓ ବିକାଶ ଜେନା ଶିବିର ପରିଚାଳନା କରିଥି‌େଲ। ଏଥିରେ ସମସ୍ତ ସଦସ୍ୟ ସହାୟତା କରିଥିଲେ। କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ତାରର ସହକର୍ମୀମାନେ ଏହି ଶିବିରରୁ ରକ୍ତ ସ˚ଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସ˚ଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର