ଭୁବନେଶ୍ୱର: ଜେ କେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍ର ପୂର୍ବତନ ଚେୟାରମ୍ୟାନ ସ୍ୱର୍ଗତ ଶ୍ରୀ ହରିଶଙ୍କର ସିଂଘାଣିଆଙ୍କ ୮୬ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ‘ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍’ ଓ ‘ସମ୍ୱାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଆଜି ସ୍ଥାନୀୟ ଜୟଦେବ ବିହାରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜେକେ ଲକ୍ଷ୍ମୀ ସିମେଣ୍ଟ ଲମିଟେଡ୍ରର ଡେପୁଟି ଜେନେରାଲ ମ୍ୟାନେଜର ଚିନ୍ମୟ ଦାସ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ଏହି ଶିବିର ପରିଦର୍ଶନ କରି ସମସ୍ତ ରକ୍ତଦାତା ଓ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ। ମାର୍କେଟିଙ୍ଗ ହେଡ୍ ଦେବଦତ୍ତ ସାହୁ, ସେଲ୍ସ ମ୍ୟାନେଜର୍ ବିଭୁ କଲ୍ୟାଣ ମହାନ୍ତି, ଟେକ୍ନିକାଲ ମ୍ୟାନେଜର୍ ଗଙ୍ଗାଧର ପ୍ରଧାନ ଓ ନନ୍ଦକିଶୋର ରଥ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଅନ୍ୟ ସମସ୍ତ ସହକର୍ମୀ ଏଥିରେ ସହଯୋଗ କରିଥିଲେ। ଏହି ଶିବିରରେ ମୋଟ ୫୦ ଜଣ ସ୍ୱେଚ୍ଛାରକ୍ତଦାତା ରକ୍ତଦାନ କରିଥିଲେ। ମୁନିସିପାଲିଟି ରକ୍ତଭଣ୍ଡାରର ଅଧିକାରୀ ଡା. କଲ୍ୟାଣ କୁମାର ସରକାର, କୈବଲ୍ୟ ପ୍ରଧାନ, ଲିପକ କୁମାର ପାତ୍ର, ସଂଘମିତ୍ରା ସ୍ୱାଇଁ ଓ ପ୍ରକାଶ ଚନ୍ଦ୍ର ବରାଳ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକ ହରେକୃଷ୍ଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।
ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍ ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ୍ ରକ୍ତ ସଂଗୃହୀତ
/sambad/media/post_attachments/wp-content/uploads/2019/06/Untitled-11-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)