ଇଣ୍ଡିଆନ୍ ୟୁଥ୍ ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର: ଖାରବେଳନଗରସ୍ଥିତ ‘ଆମ ଓଡ଼ିଶା’ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଇଣ୍ଡିଆନ ୟୁଥ୍ ଆସୋସିଏସନ୍ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କିଟ୍‌ର କୋ-ଫାଉଣ୍ଡର୍‌ ତଥା +୨ ବିଜ୍ଞାନ ମହାବିଦ୍ୟାଳୟ, କିଟ୍‌ର ଅଧ୍ୟକ୍ଷ ଚିତ୍ତରରଂଜନ ମିଶ୍ର, ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର ଓ ସମାଜସେବୀ କୃଷ୍ଣଚନ୍ଦ୍ର ନାୟକ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଆସୋସିଏସନ୍‌ର ସଭାପତି ତଥା ଆଇୱାଇଏ ନ୍ୟୁଜ୍‌ର ମୁଖ୍ୟ ସଂପାଦକ ଜୀବନଜ୍ୟୋତି ଗଡ଼ନାୟକ ଓ ଲୋକସଂପର୍କ ଅଧିକାରୀ ପ୍ରିୟା ଗଡ଼ନାୟକ ଶିବିର ପରିଚାଳନା କରିଥିଲେ। ଶାଶ୍ବତୀ ବେହେରା, ଋତୁରାଣୀ ସାସମଲ, ଅମରେଶ ଗୌଡ଼, ମାନସ ଦାସ ଓ ମନୋଜ ମହାନ୍ତି ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡା.କଲ୍ୟାଣ କୁମାର ସରକାର, ସଂଘମିତ୍ରା ସ୍ବାଇଁ, କୈବଲ୍ୟ ପ୍ରଧାନ ଓ ଲିପକ ପାତ୍ର ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର