ନନ୍ଦନକାନନକୁ ଆସିଲା ରକ୍ତ ନମୁନା ପରୀକ୍ଷା ଯନ୍ତ୍ର

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମ କରି ଆସିଛି ସ୍ବୟଂଚାଳିତ ହେମାଟୋ ଆନାଲାଇଜର ବା ରକ୍ତ ନମୁନା ପରୀକ୍ଷଣ ଯନ୍ତ୍ର। ଏହାକୁ ୬ଲକ୍ଷ ଟଙ୍କାରେ ଜାପାନରୁ କ୍ରିୟ କରି ଆଣିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଅତ୍ୟାଧୁନିକ ବୈ‌ଷୟିକ ଜ୍ଞାନକୌଶଳରେ ନିର୍ମିତ ଏହି ଯନ୍ତ୍ର ସାହାଯ୍ୟରେ ଏଣିକି ନନ୍ଦନକାନନର ଜୀବଜନ୍ତୁମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇ ସହଜରେ ରୋଗ ନିରୁପଣ କରାଯାଇ ପାରିବ।

ଏଣିକି ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜୀବଜନ୍ତୁଙ୍କ ରକ୍ତ ପରୀକ୍ଷା ପାଇଁ ଓୟୁଏଟି କିମ୍ବା ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ୨୦୧୮ରୁ ୨୦୨୦ ମଧ୍ୟରେ ମହାବଳ ବାଘ ଶୁଭ୍ରାଂଶୁ, ସେଫ୍, ୪ ହାତୀ ଜୁଲି, ଚନ୍ଦନ, କମଳା, ଗୌରୀ ଓ ୩ ହଳଦିଆ ଆନାକୋଣ୍ଡାଙ୍କ ରକ୍ତ ସଂକ୍ରମଣରେ ମୃତ୍ୟୁ ବେଳେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ରକ୍ତ ପରୀକ୍ଷା ପାଇଁ ହାଇଦ୍ରାବାଦକୁ ନମୁନା ପଠାଇଥିଲେ।

ସମ୍ବନ୍ଧିତ ଖବର