ଇଣ୍ଟରନ୍ୟାସନାଲ ୱେଲଫେୟାର ବୋର୍ଡ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର: ଇଣ୍ଟରନ୍ୟାସନାଲ ୱେଲଫେୟାର ବୋର୍ଡ ଟ୍ରଷ୍ଟ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଫୁଲନଖରାସ୍ଥିତ ଖାରବେଳ ଇଷ୍ଟେଟ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୁଖ୍ୟ ଅତିଥି ଭାବେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ସମ୍ମାନିତ ଅତିଥି କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି, ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ, ବନଜା ବିବି, ଅଶୋକ କୁମାର ରାଉତ ଓ ଡ. ବୀଣାପାଣୀ ତ୍ରିପାଠୀ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଟ୍ରଷ୍ଟର ସଭାପତି ସରୋଜ କୁମାର ଆଚାର୍ଯ୍ୟ, ଉପସଭାପତି ପ୍ରମୋଦ କୁମାର ପରିଡ଼ା, ସଂପାଦକ ଅଶୋକ କୁମାର ରାଉତ, କୋଷାଧ୍ୟକ୍ଷ ଅଜିତ କୁମାର ପାଢ଼ୀ, ରାଜ୍ୟ ସଂପାଦକ ରାକେଶ ରୋଶନ ସାହୁ, ମନୋଜ କୁମାର ଆଚାର୍ଯ୍ୟ, ଆଶିଷ କୁମାର ନନ୍ଦ ଓ ଅବନ୍ତି କୁମାର ରାଉତ ଶିବିର ପରିଚାଳନା କରିଥିଲେ। ଟ୍ରଷ୍ଟର ସଦସ୍ୟ ତଥା ଅନ୍ୟ ସ୍ଥାନୀୟ ସ୍ବେଚ୍ଛାରକ୍ତଦାତାମାନେ ଶବିରରେ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ଆଣ୍ଡ ହସପିଟାଲର ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର