ବ୍ଲୁସୁମ୍‌ ସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଭରତପୁରସ୍ଥିତ ବ୍ଲୁସୁମ୍‌ ସ୍କୁଲର ୩୩ତମ ବାର୍ଷିକ ଉତ୍ସବ ‘ଅନୁପ୍ରେରଣା’ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍କୁଲର ନର୍ସରୀ ଶ୍ରେଣୀଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ଉତ୍ସବରେ ମୁଖ୍ୟଅତିଥି ଭାବେ ସୀମା ସୁରକ୍ଷା ବଳର ଅତିରିକ୍ତ ମହାନିରୀକ୍ଷକ ଅଶ୍ୱିନ କୁମାର ସିଂହ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସଫଳ ହେବାର ମାର୍ଗଦର୍ଶନ କରାଇଥିଲେ। ବିଦ୍ୟାଳୟର ପ୍ରତିଷ୍ଠିତା ଥୋରାଜ ମୋଗବେଲ୍‌ପୁର ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଅଭିଭାବକମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ପିଲାମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିବା ଓଡ଼ିଆ ନାଟକ ‘ଦର୍ପଣ’କୁ ସମସ୍ତେ ଖୁବ୍‌ ପସନ୍ଦ କରିଥିଲେ। ହାଇସ୍କୁଲ୍‌ର ଛାତ୍ରଛାତ୍ରୀମାନେ ସାମାଜିକ ଚାଲିଚଳଣୀ ଉପରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଛୋଟ ପିଲାମାନେ ମଧ୍ୟ ନିଜ ନିଜର ଦକ୍ଷତାକୁ ଭିନ୍ନ ଭିନ୍ନ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରି ଭରପୂର ମନୋରଂଜନ କରିଥିଲେ।

ସମ୍ବନ୍ଧିତ ଖବର