ଭୁବନେଶ୍ବର : ଗତବର୍ଷ, ୨୦୧୮ ଜୁଲାଇରେ ପ୍ରବଳ ବର୍ଷା େହାଇଥିଲା। ରାସ୍ତାଘାଟ େଧାଇଗଲା, ଭୁଶୁଡି ପଡିଲା ଡ୍ରେନ୍। ବିଏମ୍ସି କର୍ତ୍ତୃପକ୍ଷ ୧୬ େକାଟି ଟଙ୍କାର କ୍ଷତି ଦର୍ଶାଇ ଅର୍ଥ ମାଗିଥିଲେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କୁ।
ଆଜି ୨୦୧୯ ଜୁଲାଇ ୨୦ ତାରିଖ। ବର୍ଷେ ବିତିଗଲାଣି। ଏ ବାବଦ ଟଙ୍କା ମିଳିପାରିଲା ନାହିଁ। ପରିଣାମ େହଲା, ବିଏମ୍ସି କର୍ତୃପକ୍ଷ ଟଙ୍କା ଅଭାବ ଆଳରେ ଏବେ ମରାମତି କରୁନାହାନ୍ତି। ସବୁ ଆଡ଼େ ଖଣ୍ଡିଆଖାବରା ରାସ୍ତା। ଯେଉଁ ଗଳିରେ ପଶିବ ସେଠାରେ ଆଣ୍ଠୁଏ ଉଚ୍ଚର ଖାଲ। ଡ୍ରେନ୍ ଭାଙ୍ଗି ଯାଇଛି, ମୁଖ୍ୟ ଡ୍ରେନ୍ ପାଚେରି ନଥିବାରୁ ବାଲି ବସ୍ତା ଦେଇ ପାଣି ଅଟକାଯାଇଛି।
କାହିଁକି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ଟଙ୍କା ଦେଉନାହିଁ? କାହା ଭୁଲ ଲାଗି ଏ ଟଙ୍କା ମିଳିପାରୁନାହିଁ? ଏମିତି ପ୍ରଶ୍ନ ଏବେ ରାଜଧାନୀବାସୀଙ୍କୁ ଆନ୍ଦୋଳିତ କଲାଣି।
ଆଶ୍ଚର୍ଯ୍ୟର ବିଷୟ, ବିଏମ୍ସି କର୍ତ୍ତୃପକ୍ଷ ଯେତେବେଳେ ଏହି ଟଙ୍କା କଥା ଉଠାଉଛନ୍ତି ଏସ୍ଆରସି କାର୍ଯ୍ୟାଳୟ କହୁଛନ୍ତି ଆମେ ଜିଲ୍ଲାପାଳଙ୍କୁ ଟଙ୍କା ଦେଇେଦଇଛୁ। ଜିଲ୍ଲାପାଳ କାହିଁକି ତୁମକୁ ଟଙ୍କା ଦେଉନାହାନ୍ତି ତାଙ୍କୁ ପଚାର। ବିଏମ୍ସି କର୍ତ୍ତୃପକ୍ଷ କହୁଛନ୍ତି ଯେ, ଜିଲ୍ଲାପାଳଙ୍କୁ ଟଙ୍କା କଥା ପଚାରିବାରୁ ସେ କହୁଛନ୍ତି ଆମକୁ ଟଙ୍କା ମିଳିନି।
ଉଭୟ ବିଏମସି କାର୍ଯ୍ୟାଳୟ ଓ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ଭୁବନେଶ୍ବରରେ। ଅତିବେଶୀରେ ଦୁଇ କିଲୋମିଟର ବ୍ୟବଧାନ ହେବ। ନିୟମ ଅନୁସାରେ, ଜିଲ୍ଲାପାଳଙ୍କ ମାଧ୍ୟମରେ ଏସଆରସି ଟଙ୍କା ବିଏମସିକୁ ଦେବେ। େଖାର୍ଧା ଜିଲ୍ଲାପାଳ ବି ଭୁବନେଶ୍ବରରେ କ୍ୟାମ୍ପ ଅଫିସ କରୁଛନ୍ତି। ଏହି ତିନି ଜଣଙ୍କ ମଧ୍ୟରେ ସମନ୍ବୟ ରହିପାରିବ ନାହିଁ େବାଲି ରାଜଧାନୀର ୧୦ଲକ୍ଷ େଲାକ କଷ୍ଟ ସହିବେ? ଯଦି ରାଜଧାନୀରେ ସ୍ଥିତି ଏୟା, ତେବେ ଉପାନ୍ତ ଅଞ୍ଚଳରେ କଣ ଘଟୁନଥିବ?
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଗତ ବର୍ଷକ ମଧ୍ୟରେ ଖୋର୍ଦ୍ଧାକୁ ତିନି ଜଣ ଜିଲ୍ଲାପାଳ ଆସିଥିବାରୁ ଆମେ ଯାହାକୁ ଏହି ଟଙ୍କା ବିଷୟରେ କହୁଛୁ ସେ କହୁଛନ୍ତି ଯେ, ଆମେ ଜାଣିନୁ, କ’ଣ ହୋଇଛି ଫାଇଲ୍ ଦେଖିକି କହିବୁ।
ସ୍ବତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ଏହା େଗାଟିଏ ରୁଟିନ୍ ମ୍ୟାଟର। ବିଏମସି ଅଧିକାରୀମାନେ କଣ ଏଠିକି ଆସି ସ୍ଥିତି ଯାଞ୍ଚ କରିପାରୁନାହାନ୍ତି। ଏମିତିରେ ବି ସେମାନେ ଅର୍ଥ ଖର୍ଚ୍ଚ କରିଥାନ୍ତି। ତାହା ପରେ ଭରଣା େହାଇଥାଏ। ଏହି କଥାକୁ ଆଳ କରି କାମ ବନ୍ଦ କରିବାକୁ କିଏ କହିଛି?
କୌତୂହଳର କଥା ହେଲା, ସରକାରୀ ସଂସ୍ଥା ମଧ୍ୟରେ ବିବାଦର ଆଉ ଏକ ସାଂଘାତିକ ପ୍ରଭାବ ଏବେ ସାମ୍ନାକୁ ଆସିଛି। ବିଏମ୍ସି କର୍ତ୍ତୃପକ୍ଷ ବର୍ଷା ପରେ କିଛି ଅଞ୍ଚଳରେ ଜରୁରୀକାଳୀନ ମରାମତି କରିଥିଲେ। ପାଖାପାଖି ୩ କୋଟି ଟଙ୍କାର କାମ ହୋଇଥିଲା। ହେଲେ ଯେଉଁ ଠିକାଦାରମାନେ କାମ କରିଥିଲେ ତାଙ୍କୁ ଏ ଯାଏ ଟଙ୍କା ମିଳିନାହିଁ। ସେମାନେ କିଛି ଦିନ ବିଏମ୍ସି ବାରଣ୍ଡାରେ ବୁଲି ବାବୁମାନଙ୍କୁ େଭଟିଲେ, ଗୁହାରି କଲେ। ପରେ କମିସନରଙ୍କୁ ଘେରାଉ କରିବା ସହ ବାରମ୍ବାର ଅଭିଯୋଗ କରୁଛନ୍ତି। ହେଲେ ଆମକୁ ସିନା ଟଙ୍କା ମିଳିଲେ ଆମେ ତୁମକୁ ଦେବୁ େବାଲି କହି ବିଏମ୍ସି କର୍ତ୍ତୃପକ୍ଷ ସେମାନଙ୍କୁ ଘଉଡାଇ ଦେଉଛନ୍ତି। ପ୍ରଶ୍ନ ଉଠୁଛି, ଆବଶ୍ୟକ ଟଙ୍କା ବରାଦ ନ କରି କାମ େହଲା କେମିତି? େକଉଁ ଭିତ୍ତିରେ ଏ କାମ କରିବା ଲାଗି ଠିକାଦାରଙ୍କୁ ଦିଆଯାଇଥିଲା?
ବିଏମସି-ଜିଲ୍ଲା ପ୍ରଶାସନ-ଏସ୍ଆରସି ବିବାଦ ଏତିକିରେ ସୀମିତ ନାହିଁ। ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ସମୟରେ େହାଇଥିବା କାର୍ଯ୍ୟ ଉପରେ ବି ପଡିଛି। ବିପଦରେ ପଡିଥିଲେ େବାଲି ଯୁଆଡେ ଯେମିତି ପାରିଲେ, ବିଭିନ୍ନ ସଂସ୍ଥା, ଠିକାଦାରଙ୍କୁ ଲଗାଇ କାମ କଲେ।
ବିଭିନ୍ନ ୱାର୍ଡରୁ ଭାଙ୍ଗି ଯାଇଥିବା ଗଛ ଉଠାଇବା, କାଟିବା ଏବଂ ଏହାକୁ ନେଇ ଡମ୍ପିଂୟାର୍ଡରେ ପକାଇବା ବାବଦକୁ ବିଏମ୍ସି ୧୦କୋଟି ଖର୍ଚ୍ଚ କରିଛି। ଏଥିପାଇଁ ବିଏମ୍ସି ଆରଟିଓ-୨ ମାଧ୍ୟମରେ ବାହାର ଜିଲ୍ଲାରୁ ଗାଡ଼ି ମଗାଇଥିଲେ। ୨କୋଟିର ବିଲ୍ ଆସିଛି। ଆରଟିଓ-୨ଙ୍କୁ ଗାଡ଼ି ମାଲିକ ଟଙ୍କା ମାଗିବାରୁ ସେ ବିଏମ୍ସିକୁ ଚିଠି ଲେଖିଛନ୍ତି। କିନ୍ତୁ ସେ ଟଙ୍କା ମିଳିପାରୁନି।
ବାତ୍ୟା ସମୟରେ ରାଜଧାନୀରେ ଆଲୋକୀକରଣ କରିବା ଏବଂ ଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀ ବିଭିନ୍ନ ସଂସ୍ଥା ମାଧ୍ୟମରେ କିଣା ହୋଇଥିଲା। ଏହା ବାବଦକୁ ୪କୋଟି ମଗାଯାଇଛି। ଅନ୍ୟାନ୍ୟ ମରାମତି କାର୍ଯ୍ୟ ବାବଦକୁ ୨କୋଟି ଖର୍ଚ୍ଚ ହୋଇଛି। ଏହିପରି ୮ େକାଟି ଟଙ୍କାର କାମ େହାଇଛି। ଠିକାଦାର ଏବଂ ବିଭିନ୍ନ ସଂସ୍ଥା ଏବେ ବିଏମ୍ସିକୁ ଘେରିଲେଣି। କିନ୍ତୁ ବିଏମ୍ସି କାହାକୁ ଟଙ୍କା ନଦେଇ ଭଣ୍ଡାଇ ଚାଲିଛି।
ଉଲ୍ଲେଖଥାଉକି, ବାତ୍ୟାରେ ଡ୍ରେନ୍ କ୍ଷୟକ୍ଷତି ୧୫୫କୋଟିର ହୋଇଥିବା ଦର୍ଶାଯାଇଛି। ଷ୍ଟ୍ରିଟଲାଇଟ୍ ଖୁଣ୍ଟ ଉପୁଡ଼ିବା, ଲାଇଟ୍ ଭାଙ୍ଗିବା, ତାର ଛିଣ୍ଡିବା ଭଳି କ୍ଷୟକ୍ଷତିର ପରିମାଣ ୫କୋଟି। ଭାଙ୍ଗି ଯାଇଥିବା ବିଭିନ୍ନ କୋଠା, ନଷ୍ଟ ହୋଇଥିବା ପାର୍କ ରାସ୍ତା, ସବୁଜୀକରଣ, ସୌନ୍ଦର୍ଯ୍ୟକରଣ ହୋଇଥିବା ବିଭିନ୍ନ ପ୍ରକଳ୍ପ, ଖରାପ ହୋଇଥିବା ମେକାନିକାଲ ଯନ୍ତ୍ରପାତି ବାବଦକୁ କର୍ତ୍ତୃପକ୍ଷ ୨୫କୋଟି ୭୦ଲକ୍ଷ ଟଙ୍କା ଦାବି ରଖିଛନ୍ତି। ଇତିମଧ୍ୟରେ ଏଥିରୁ କିଛି ମରାମତି ହୋଇଛି। ହେଲେ ବିଏମ୍ସି ପାଖରେ ଟଙ୍କା ନଥିବା ଦର୍ଶାଇ କର୍ତୃପକ୍ଷ ଅଧପନ୍ତରିଆ ଅବସ୍ଥାରେ ଥିବା ଅନ୍ୟ ପ୍ରକଳ୍ପରେ ହାତ ମାରୁନାହାନ୍ତି।
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ବାତ୍ୟା ଜନିତ ୨୩୦କୋଟିର କ୍ଷୟକ୍ଷତି ରିପୋର୍ଟ ନଗର ଉନ୍ନୟନ ବିଭାଗକୁ ଦୁଇ ମାସ ହେଲା ଦିଆଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ଟଙ୍କା ମିଳିନଥିବାରୁ ଆମକୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି।
୨୯ କୋଟିର ଖର୍ଚ୍ଚ ହିସାବ ଦେଇପାରୁନି ବିଏମ୍ସି
ପାଖାପାଖି ୨୯କୋଟି ଟଙ୍କାର ଖର୍ଚ୍ଚ ହିସାବ ଦେଇପାରୁନାହିଁ ବିଏମସି। ବାତ୍ୟା ପରେ ବିଏମ୍ସି ପ୍ରାୟ ୯୦ହଜାର ଲୋକଙ୍କୁ ବାତ୍ୟା ସହାୟତା ବାବଦକୁ ୨୫୦୦ଟଙ୍କା ଲେଖାଏଁ ବାଣ୍ଟିଥିଲା। ବିଭିନ୍ନ ଆଶ୍ରୟସ୍ଥଳୀରେ େଲାକମାନଙ୍କୁ ଖାଇବାକୁ ଯୋଗାଇବା, ବିଭିନ୍ନ ସହାୟତା ପ୍ରଦାନ କରିବା ବାବଦକୁ ୨୯କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥିରୁ ପ୍ରାୟ ୧୦କୋଟି ରାଜ୍ୟ ସରକାର ପ୍ରଦାନ କରିଥିଲେ। ବାକି ଟଙ୍କା ବିଏମ୍ସି ନିଜ ପାଣ୍ଠିରୁ ଦେଇଥିଲା।
ଏବେ ଏହି ଖର୍ଚ୍ଚ ବାବଦ ହିସାବ ଏସ୍ଆରସିଙ୍କୁ ଦେଲେ ବିଏମ୍ସି ପ୍ରାୟ ୧୯କୋଟି ଟଙ୍କା ପାଇବ। କିନ୍ତୁ ଜୋନାଲ ଡେପୁଟି କମିସନରମାନେ ହିସାବ ଦେଇପାରୁନାହାନ୍ତି। ତିନିଟି ଜୋନ୍ର ଜୋନାଲ ଡେପୁଟି କମିସନରମାନଙ୍କ ଅପାରଗତା ଯୋଗୁଁ ଏବେ ବିଏମ୍ସି ହରଡ଼ଘଣାରେ ପଡ଼ିଛି। କୁହାଯାଉଛି, ଏହି କାରଣରୁ ବିଏମ୍ସି କମିସନର ବାତ୍ୟା କ୍ଷୟକ୍ଷତି ବାବଦକୁ ହିସାବ ଦେଇଥିବା ୨୩୦କୋଟି ଟଙ୍କା ଏସ୍ଆରସିଙ୍କୁ ମାଗିପାରୁନାହାନ୍ତି।