ବିଏମ୍‌ସି କିଓସ୍କ ନେଇ ମିଳୁନି ସୂଚନା, କମିସନଙ୍କୁ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ଶିଶୁଭବନ ଛକ ଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ମଧ୍ୟରେ ୬୦ରୁ ଅଧିକ କିଓସ୍କ ନିର୍ମାଣ ହୋଇଛି। ଏହି କିଓସ୍କ ନିର୍ମାଣ ପୂର୍ବରୁ ଏ ସମ୍ପର୍କରେ କୌଣସି ବିଜ୍ଞାପନ ପ୍ରକାଶ କରାଯାଇ ନାହିଁ। କେଉଁମାନଙ୍କୁ ଆବଣ୍ଟନ କରାଯିବ ଓ ଆବଣ୍ଟନର ପ୍ରକ୍ରିୟା କ’ଣ ସେ ସମ୍ପର୍କରେ ଜାଣିବା ପାଇଁ ମାନବାଧିକାର କର୍ମୀ ବିଜୟ କୁମାର ପଣ୍ଡା ସେପ୍ଟେମ୍ବର ୧୪ ତାରିଖରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଠାରୁ ସୂଚନା ଅଧିକାର ଆଇନ ବଳରେ ଜାଣିବା ପାଇଁ ଚାହିଁଥିଲେ। ଏନେଇ ବିଏମ୍‌ସି ସ୍ମାର୍ଟ ସିଟି ଲିମିଟେଡ(ଏସ୍‌ସିଏଲ୍‌) ପାଖରେ ସୂଚନା ଅଛି କହି ଚିଠି ଫରୱାର୍ଡ କରି ଦେଇଥିଲା। ଏସ୍‌ସିଏଲ୍‌ ସୂଚନା ଅଧିକାରୀ ସୂଚନା ବିଏମ୍‌ସି ପାଖରେ ଅଛି କହି ଚିଠି ବିଏମ୍‌ସିକୁ ପଠାଇ ଦେଇଥିଲା। ଏବେ ଆବେଦନକାରୀ ହତାଶ ହୋଇ ସୂଚନା କମିସନରଙ୍କ ପାଖରେ ପହଞ୍ଚିଛନ୍ତି। ତଥ୍ୟ ପ୍ରଦାନ ସହ ଏହି ଦୁଇ ସଂସ୍ଥାର ସୂଚନା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପଣ୍ଡା ସୂଚନା କମିସନଙ୍କ ନିକଟରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର