ଭୁବନେଶ୍ୱରର ୩ଟି ସ୍ଥାନରେ ଡ୍ରାଇଭ୍‌-ଇନ୍ ଟିକାକରଣ ପାଇଁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରର ନୂଆ ୩ଟି ସ୍ଥାନରେ ଡ୍ରାଇଭ-ଇନ୍ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ପାଇଁ ଆଜି ସନ୍ଧ୍ୟା ୭ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ୧୮ରୁ ୪୪ ବର୍ଷ ବୟସ ବର୍ଗ ପ୍ରଥମ ଡୋଜ ପାଇଁ ଏହି ୩ଟି ସ୍ଥାନରେ କରୋନା ଟିକାକରଣ ହେବ । ସେହିଭଳି ଏଠାରେ ୪୫ ବର୍ଷ ଓ ତାଠାରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ପ୍ରଥମ ଓ ୨ୟ ଡୋଜ ଟିକାକରଣ କରାଯିବ ।

 

ବିଏମ୍‌ସିର ସୂଚନା ଅନୁସାରେ ୩ଟି ନୂଆ ଟିକାକରଣ କେନ୍ଦ୍ର ଗୁଡ଼ିକ ହେଲା ପୋଖରୀପୁଟସ୍ଥିତ ୬ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ, ପଟିଆସ୍ଥିତ ସିଲକନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍‌ନୋଲୋଜୀ ଏବଂ ଖଣ୍ଡଗିରି ବାରି (ୱାର୍ଡ ନଂମ୍ବର-୨୩)ର କମୁନିଟି ସେଣ୍ଟର । ଏହି ସ୍ଥାନଗୁଡ଼ିକରେ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିକା ଦିଆଯିବ ।

ସମ୍ବନ୍ଧିତ ଖବର