ବରମୁଣ୍ଡା ପାଇକନଗରରୁ ଜବରଦଖଲ ଉଚ୍ଛେଦ  

ଖଣ୍ଡଗିରି : ଶୁକ୍ରବାର ବିଡିଏ ଓ ବିଏମ୍‌ସିର ମିଳିତ ଉଦ୍ୟମରେ ବରମୁଣ୍ଡା ପାଇକନଗର ମୌଜାରେ ଏକ ଏକର ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି। ଏହି ଜମି ଉପରେ ଘର କରି ରହିଥିବା ୫ଟି ପରିବାରକୁ ଏଠାରୁ ଉଠାଇ ଦିଆଯାଇଛି। ଜବରଦଖଲ ଉଚ୍ଛେଦ ସମୟରେ ସାମାନ୍ୟ ଉତ୍ତେଜନା ଦେଖାଯାଇଥିିଲେ ବି ଶେଷରେ ଶାନ୍ତିିଶୃଙ୍ଖଳାର ସହ ଏହି କାର୍ଯ୍ୟ ସମାହିତ ହୋଇଛି। ବରମୁଣ୍ଡା ଗାଁର ଚନ୍ଦ୍ରକାନ୍ତ ସ୍ୱାଇଁ, ଶ୍ରୀଧର ପ୍ରଧାନ, ସୁଧୀର ନାଏକ, ବୁଦ୍ଧିଆ ନାଏକ ଓ ଅନ୍ୟ ଏକ ପରିବାରକୁ ଏଠାରୁ ହଟାଇ ଦିଆଯାଇଛିି।

ସମ୍ବନ୍ଧିତ ଖବର