ଭୁବନେଶ୍ବର: କରୋନା ମୁକାବିଲା ପାଇଁ ବିଏମ୍ସି ଯଥାସମ୍ଭବ ଉଦ୍ୟମ କରୁଛି। ଓଡ଼ିଶାରେ ଚିହ୍ନଟ ହୋଇଥିବା ତିନିଜଣ କରୋନୀ ଆକ୍ରାନ୍ତ ଭୁବନେଶ୍ବରର ବାସିନ୍ଦା ହୋଇଥିବାରୁ କରୋନା ଭୂତାଣୁ ରାଜଧାନୀରେ ବ୍ୟାପିବାର ଆଶଙ୍କା ଅଧିକ। ତେଣୁ ଏହାର ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନେତୃତ୍ବରେ ବିଏମ୍ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଅଧିକାରୀମାନେ ଗୋଟିଏ ପରେ ଗୋଟିଏ ଯୋଜନା କରିଚାଲିଛନ୍ତି। ଏବେ ସାରା ରାଜଧାନୀ ଲକ୍ଡାଉନ୍ ଥିବାରୁ ରାଜଧାନୀ ଜନଶୂନ୍ୟ ଅଛି। ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି। ଏହି ସୁଯୋଗରେ ରାଜଧାନୀକୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ବିଏମ୍ସି ପକ୍ଷରୁ ବିଭିନ୍ନ ଅଞ୍ଚଳରେ ବିଶୋଧକ ସ୍ପ୍ରେ ଆରମ୍ଭ ହୋଇଛି। ଆଜିଠାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍ସି ପକ୍ଷରୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ସ୍ପ୍ରେ କରାଯାଇଛି। ଏହି ରସାୟନିକ ପଦାର୍ଥରେ ଭୂତାଣୁ ତୁରନ୍ତ ମରିବାର ସମ୍ଭାବନା ଥିବାରୁ ବିଏମ୍ସି ପକ୍ଷରୁ ଏହାକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ମାର୍କେଟ୍ କମ୍ପ୍ଲେକ୍ସ, ରାସ୍ତା, ପାଚେରି, ଦୋକାନ ଆଦିରେ ସ୍ପ୍ରେ କରାଯାଇଛି। ଆଜି ସକାଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବାପୁଜୀ ନଗର ଓ ଜନପଥରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ସ୍ପ୍ରେ କରିଥିବାବେଳେ ଅପରାହ୍ନରେ ସିଆରପି ଛକ, ଫାୟାର ଷ୍ଟେସନ ଛକ, ସିରିପୁର ଛକ, ଗଙ୍ଗନଗର ଛକ, ବରମୁଣ୍ଡା ବସଷ୍ଟାଣ୍ଡ ଆଦି ଅଞ୍ଚଳରେ ସ୍ପ୍ରେ କରିଛନ୍ତି। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ପୂରା ରାଜଧାନୀରେ ଏହି ବିଶୋଧକ ସ୍ପ୍ରେ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ବିଏମ୍ସି ପକ୍ଷରୁ ବିଭିନ୍ନ ସ୍ଥାନରେ ସକାଳେ ଓ ସଂଧ୍ୟାରେ ଫଗିଂ କରାଯାଉଛି। ଦିନକୁ ୧୨ଟି ୱାର୍ଡରେ ଫଗିଂ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ରାସ୍ତା ସଫେଇ, ଘାସ କଟା, ବସ୍ତି ଅଞ୍ଚଳରେ ନିୟମିତ ବିଶୋଧକ ସ୍ପ୍ରେ କରାଯାଉଛି।
ବିଶୋଧକ ସ୍ପ୍ରେ’ କଲା ବିଏମ୍ସି, କାନ୍ଥବାଡ଼ରେ ସ୍ପ୍ରେ ହେଲା ସୋଡିୟମ୍ ହାଇପୋକ୍ଲୋରାଇଟ୍
/sambad/media/post_attachments/wp-content/uploads/2020/04/85gjh7dg98j7d8g9jdgjjjjjjjjjjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)