ଭୁବନେଶ୍ବର : ଅସରାଏ ବର୍ଷା ହେଲେ ଇସ୍କନ ସାମ୍ନା ରାସ୍ତା ଜଳମଗ୍ନ ହୋଇଯାଉଛି। ସେଠାରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ନେଇ ବିଏମ୍‌ସି ତତ୍ପର ହୋଇଛି। ଆଜି ବିଏମ୍‌ସି ପକ୍ଷରୁ ଏଠାରେ ଥିବା ଡ୍ରେନକୁ ବିଏମ୍‌ସି ସଫା କରିଛି। ଉପରେ ପଡ଼ିଥିବା ତାର ଜାଲି ଖୋଲି ଡ୍ରେନରୁ ଆବର୍ଜନା ବାହାର କରିବା ସହ ଦୁର୍ବଳ ଜାଲିକୁ ମରାମତି କରିଛି। ବର୍ଷା ସମୟରେ ଏହି ଜାଲିରେ ଆବର୍ଜନା ଜମା ହୋଇଯାଉଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ପାରେ ନାହିଁ। ଏକ ସ୍ବତନ୍ତ୍ର ଟିମ୍‌ ଜରିଆରେ ଏହାକୁ ବର୍ଷା ସମୟରେ ନିୟମିତ ସଫା କରିବାକୁ ଯୋଜନା କରିଛି। ଆଗକୁ ବର୍ଷା ଋତୁ ଆସୁଥିବାରୁ ଏହା ଉପରେ ନଜର ରଖିବାକୁ କୁହାଯାଇଛି।

Advertisment

ତେବେ ପୂର୍ବରୁ ମଧ୍ୟ ଏହାକୁ ସଫା ରଖାଯାଉଥିଲା। କିନ୍ତୁ ବର୍ଷା ପାଣି ନିଷ୍କାସନ ହୋଇପାରୁ ନଥିଲା। ନିକଟ ଅତୀତରେ ହୋଇଥିବା ବର୍ଷାରେ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେବଳ ଧର୍ମକୁ ଆଖି ଠାର ଭଳି ଡ୍ରେନ ସଫା ହୋଇଥିବା କୁହାଯାଉଛି।