ଭୁବନେଶ୍ବର: ରାସ୍ତାରେ କଙ୍କ୍ରିଟ ଆବର୍ଜନା ଗଦାଇଲେ ଆଉ ତ୍ରାହି ମିଳିବନି। ବିଏମ୍‌ସି କଙ୍କ୍ରିଟ ଆବର୍ଜନା ନେଇ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ଯାଉଛି। ଅକ୍ଟୋବର ମାସରୁ ଏନେଇ ଜରିମାନା ଆଦାୟ ଆରମ୍ଭ ହୋଇଥିଲେ ହେଁ ଏବେ ଏହାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି। ରାଜଧାନୀରେ ଯାହାର କଙ୍କ୍ରିଟ ଆବର୍ଜନା ବାହାରୁଛି ସେମାନେ ପଟିଆ କିମ୍ବା ପୋଖରୀପୁଟରେ ଥିବା ବିଏମ୍‌ସିର ଡମ୍ପିଂୟାର୍ଡରେ ଗଦାଇବେ। ଯଦି ରାସ୍ତାରେ ଗଦାଇଥିବାର ବିଏମ୍‌ସି ସ୍କ୍ବାଡ୍ ଦେଖେ ତେବେ ଏହାକୁ ଖାଲି କରିବାକୁ ୨୪ଘଣ୍ଟାର ନୋଟିସ୍‌ ଦେବ। ଏହି ସମୟରେ ଖାଲି ନକଲେ ଗାଡ଼ି ଭଡ଼ା ସହିତ ୫ହଜାର ଟଙ୍କା ଜରିମାନା ଆଦାୟ ହେବ ବୋଲି ଜଣାପଡ଼ିଛି। ଅକ୍ଟୋବର ମାସରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୫ଲକ୍ଷ ୬୦ହଜାର ୩ଶହ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ୫୦୬ଜଣଙ୍କୁ ନୋଟିସ୍ ହୋଇଛି।

Advertisment

ସୂଚନାଯୋଗ୍ୟ ବିଏମ୍‌ସି ପକ୍ଷରୁ ଏବେ ଜିଆଇଜେଡ୍ ସହାୟତାରେ ରାଜଧାନୀରେ ବାହାରୁଥିବା କଙ୍କ୍ରିଟ ଆବର୍ଜନା ଉପରେ ଏକ ସର୍ଭେ ହେଉଛି। ଏନେଇ ୬୦ଦିନରେ ରିପୋର୍ଟ ଆସିବ। ଯଦି କଙ୍କ୍ରିଟ ଆବର୍ଜନା ମାତ୍ରାଧିକ ବାହାରୁଥିବ ତେବେ ବିଏମ୍‌ସି କଙ୍କ୍ରିଟ ଆବର୍ଜନା ରିସାଇକେଲିଂ ପାଇଁ ପ୍ଲାଣ୍ଟ ବସାଇବା ଦିଗରେ ପଦକ୍ଷେପ ନେବ।