ଭୁବନେଶ୍ବର: ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ୫ମ ବ୍ୟକ୍ତି ରାଜଧାନୀର। ସେ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ଗସ୍ତ କରି ନଥିଲେ ହେଁ ତାଙ୍କ ଭିତରେ କରୋନା ସଂକ୍ରମଣର ସ୍ବତନ୍ତ୍ର ଲକ୍ଷଣ ଠାବ କରାଯାଇଛି। ୟୁନିଟ୍-୭ ଅଧୀନ ସୂର୍ଯ୍ୟନଗର ବାସିନ୍ଦା ହେଉଛନ୍ତି ପ୍ରଦୀପ୍ତ କୁମାର ଦଳବେହେରା। ଗତକାଲି ତାଙ୍କ ପରିଚୟ ସାର୍ବଜନୀନ କରାଯାଇଥିଲା। ତେଣୁ ଗତମାସ ୧ତାରିଖରୁ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜକୁ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ କହିଛନ୍ତି ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ। ଶ୍ରୀ ଚୌଧରୀ କହିଛନ୍ତି, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ୧୦୪ ସହାୟତା ନମ୍ବରକୁ କଲ୍ କରି ପଞ୍ଜୀକରଣ କରନ୍ତୁ। ଯଦି ସେମାନଙ୍କ ମଧ୍ୟରେ ସଂକ୍ରମଣ ଜନିତ କିଛି ଲକ୍ଷଣ ଦେଖାଯାଏ, ତା' ହେଲେ ପ୍ରଶାସନକୁ ଅବଗତ କରାଇ ଆବଶ୍ୟକ ସହାୟତା ନେବା ଉଚିତ। ସଂକ୍ରମିତ ବ୍ୟକ୍ତି ଶ୍ରୀ ଦଳବେହେରା ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ପ୍ରକାର ସାମାଜିକ ଭେଦଭାବ କରନ୍ତୁ ନାହିଁ। ଯଦି କୌଣସି ବ୍ୟକ୍ତି ଏପରି ଆଚରଣ ପ୍ରଦର୍ଶନ କରନ୍ତି, ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୮୮ ଏବଂ ସଂକ୍ରମଣ ରୋଗ ଆଇନ ୧୮୯୭ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବାଦ୍ ଉକ୍ତ ଅଞ୍ଚଳକୁ ସଂକ୍ରମଣ ପ୍ରତିରୋଧ କରିବା ପାଇଁ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଆଗାମୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେହି ଅଞ୍ଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରାଯାଇ ବ୍ୟାରିକେଡ୍ କରାଯିବ। ଗୋପବନ୍ଧୁ ଛକଠାରୁ ଏଲ୍ଆଇସି ଛକ, ଏଲ୍ଆଇସି ଛକଠାରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକଠାରୁ ଶିରିପୁର ଛକ ଏବଂ ଶିରିପୁର ଛକଠାରୁ ଗୋପବନ୍ଧୁ ଛକ ଅଞ୍ଚଳରେ ରହୁଥିବା ସ୍ବାସ୍ଥ୍ୟ, ପରିମଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ସଂପର୍କିତ ସେବାକୁ ନିଶ୍ଚିତ କରାଯାଇଛି। ଡାକ୍ତର ଓ ଚିକିତ୍ସା ସହାୟତାଦଳ ଘରକୁ ଘର ଯାଇ ପ୍ରତି ପରିବାରର ସ୍ବାସ୍ଥ୍ୟାବସ୍ଥା ପରଖିବା ସହ ସେ ସଂପର୍କରେ ପ୍ରତ୍ୟେକ ଦିନ ତଥ୍ୟ ସଂଗ୍ରହ କରିବା ଲାଗି କୁହାଯାଇଥିବା ଶ୍ରୀ ଚୌଧରୀ ସୂଚନା ଦେଇଛନ୍ତି।
କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ବିଏମ୍ସି କମିସନର୍, ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ପଞ୍ଜୀକରଣ କର
ସଙ୍ଗରୋଧ ସହ ୧୦୪ ନମ୍ବରକୁ କଲ୍ କରିବାକୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2020/03/BMC_TNIE.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)