ଖରା ମୁକାବିଲା ପାଇଁ ବିଏମ୍‌ସିରେ ଖୋଲିଲା କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ବର: ରାଜଧାନୀରେ ଚଳିତ ଗ୍ରୀଷ୍ମ ଋତୁରେ ଦେଖାଯିବାକୁ ଥିବା ପିଇବା ପାଣି ସମସ୍ୟା ଏବଂ ଜଳ ଯୋଗାଣ ଜନିତ ସମସ୍ୟାର ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ଆଜିଠାରୁ ଏକ ଜଳ ପରିଚାଳନା ନିୟନ୍ତ୍ରଣ କକ୍ଷ ‌ଖୋଲିଛି। ଜନସ୍ବାସ୍ଥ୍ୟ ବିଭାଗ ଏବଂ ବିଏମ୍‌ସିର ମିଳିତ ଉଦ୍ୟମରେ ଏହି କଣ୍ଟ୍ରୋଲ ରୁମ୍‌ ଖୋଲିଛି। ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍‌ ଖୋଲା ରହିବ। ଦୁଇଟି ସିଫ୍ଟରେ ଏଠାରେ ବିଏମ୍‌ସି ଓ ଜନସ୍ବାସ୍ଥ୍ୟ ବିଭାଗର ଦୁଇଜଣ ଲେଖାଏଁ ଅଧିକାରୀ ନିୟୋଜିତ ହେବେ। ଲୋକମାନେ ଫୋନ୍‌:୧୮୦୦୩୪୫୦୦୬୧ ଏବଂ ୦୬୭୪-୨୪୩୧୨୫୩ରେ ଫୋନ୍‌ କରି ସେମାନଙ୍କ ଅଭିଯୋଗ ଜଣାଇପାରିବେ। ଅଭିଯୋଗ ପାଇବା କ୍ଷଣି ତୁରନ୍ତ ଏହାର ସମାଧାନ କରାଯିବ ବୋଲି ବିଏମ୍‌ସିର ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଛନ୍ତି। ଏହି କଣ୍ଟ୍ରୋଲ ରୁମ୍‌କୁ ଆସୁଥିବା ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବାକୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର