ଭିଏସ୍ଏସ୍‌ ନଗରରେ ଦୋକାନ ଉଚ୍ଛେଦ : ଘଟଣାସ୍ଥଳରେ ଉତ୍ତେଜନା

ଚନ୍ଦ୍ର‌ଶେଖରପୁର : ଭିଏସ୍ଏସ୍‌ନଗର ରେଳ ଫାଟକ ଉପରେ ଓଭରବ୍ରିଜ୍ ଓ ଭିଏନ୍ଏସ୍‌ ନଗରରୁ ସୈନିକ ସ୍କୁଲ୍ ଏବଂ ଭିଏସ୍ଏସ୍‌ ନଗରରୁ ପ୍ରଭୁଜୀ ସ୍କୁଲ ପର୍ଯ୍ୟନ୍ତ ଅଣଓସାରିଆ ରାସ୍ତାକୁ ଚଉଡ଼ା କରାଯିବା ନେଇ ଆଜିଠାରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଭିଏସ୍ଏସ୍‌ନଗର ହାଟ ଛକରେ ଥିବା ଦୋକାନଗୁଡ଼ିକୁ ବିଡିଏ, ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଏହି ସମୟରେ ଉତ୍ତେଜନା ଦେଖାଯିବାରୁ ଉଭୟ ସହିଦନଗର ଓ ମଞ୍ଚେଶ୍ବର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଉକ୍ତ ସ୍ଥାନରେ ପ୍ରାୟ ୩୫ ବର୍ଷରୁ ଅଧିକ ସମୟ ଧରି ବ୍ୟବସାୟୀମାନେ ବ୍ୟବସାୟ କରିଆସୁଥିଲେ। ଆଜି ପ୍ରାୟ ୨୯ଟି ‌ଦୋକାନକୁ ଉଚ୍ଛେଦ କରାଯାଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ସ୍ଥାନଗୁଡ଼ିକରେ ଉଚ୍ଛେଦ ହେବ ବୋଲି ଜଣାପଡ଼ିଛି। ଉଚ୍ଛେଦ ବେଳେ ପ୍ରମୋଦ କୁମାର ପାତ୍ର, ଶୁଭ୍ରାଂଶୁ ଶେଖର ମହାନ୍ତି, ରମେଶ ଚନ୍ଦ୍ର ସାହୁ, ସରୋଜ କୁମାର ଦାସ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର