ଭୁବନେଶ୍ବର: ବିଏମ୍ସି ପକ୍ଷରୁ ଆଜି ପ୍ରତିଦିନ ଭଳି ବିଭିନ୍ନ ଅଞ୍ଚଳରେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପୁଡ଼ିଆ ବଣ୍ଟା ଯାଇଛି। ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କ ସହାୟତାରେ ବିଏମ୍ସି ପକ୍ଷରୁ ଖାଦ୍ୟ ବଣ୍ଟାଯାଇଛି। ଆଜି ଦିନବେଳା ୧୭୫୦ ଖାଦ୍ୟ ପୁଡ଼ିଆ, ସଂଧ୍ୟାରେ ୧୭୦୦ ଖାଦ୍ୟ ପୁଡ଼ିଆ ଏବଂ କମିସନରେଟ୍ ପୁଲିସ ପକ୍ଷରୁ ୨୫୦ ପୁଡ଼ିଆ ବଣ୍ଟାଯାଇଛି। ଦିନବେଳା ବଣ୍ଟା ଯାଇଥିବା ୧୭୫୦ ଖାଦ୍ୟ ପୁଡ଼ିଆରୁ ଗୁରୁଦ୍ବାର ସିଂହ ସଭା ପକ୍ଷରୁ ୬୫୦ପୁଡ଼ିଆ, ଉମେଶ ଖଣ୍ଡେଲୱାଲଙ୍କ ପକ୍ଷରୁ ୬୦୦ ପୁଡ଼ିଆ, ବିଏମ୍ସିର ୫୦୦ଆହାର ମିଲ୍ ବଣ୍ଟା ଯାଇଥିଲା। ରାତିରେ କମିସନରେଟ ପୁଲିସ ପକ୍ଷରୁ ୨୫୦ ପୁଡ଼ିଆ ଦିଆଯାଇଥିବା ବେଳେ ବିଏମ୍ସି ପକ୍ଷରୁ ୧୫୦୦ ପୁଡ଼ିଆ ବଣ୍ଟା ଯାଇଥିଲା। ସେହିପରି ଏଥିରେ ୫୦୦ ଶୁଖିଲା ଖାଦ୍ୟ ପୁଡ଼ିଆ ବିଭିନ୍ନ ସ୍ଥାନରେ ବଣ୍ଟା ଯାଇଥିଲା।
ବିଏମ୍ସି ପକ୍ଷରୁ ବଣ୍ଟା ହେଲା ୩୭୦୦ ଖାଦ୍ୟ ପୁଡ଼ିଆ
/sambad/media/post_attachments/wp-content/uploads/2020/04/f8h7fs89h7sf89h7sf89h7sf98hsfhsfhsfhsfhhfsfhhhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)