କରୋନା ପାଇଁ ବିଏମସିର ପଦକ୍ଷେପ: ରାତିରେ ଅସହାୟଙ୍କୁ ମାଗଣାରେ ବାଣ୍ଟିଲା ଆହାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଖାଇବାକୁ ନପାଇ ଭୋକରେ ଦିନ କାଟୁଥିବା ଅସହାୟ ଲୋକଙ୍କୁ ଖାଦ୍ୟ ଦେବା ପାଇଁ ରାଜଧାନୀ ଭୁବନେଶ୍ୱରସ୍ଥିତ ବିଭିନ୍ନ ସ୍ଥାନରେ ମାଗଣାରେ ଆହାର କେନ୍ଦ୍ର ଖୋଲିଛି । ଶୁକ୍ରବାର ରାତିରେ ଏହି ଅସ୍ଥାୟୀ ଆହାର କେନ୍ଦ୍ର ଗୁଡ଼ିକରେ ଅସହାୟ ଲୋକଙ୍କୁ ମାଗଣାରେ ଖାଦ୍ୟ ବାଣ୍ଟିବା ଆରମ୍ଭ କରିଦେଇଛି ।

ସୂଚନା ଅନୁସାରେ ବିଏମସି ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ଫ୍ଲାଏଓଭର ବ୍ରିଜ ତଳେ ଅସହାୟ ଲୋକଙ୍କୁ ଆହାର ଦିଆଯାଇଛି । ଆଜି ରାତି ୭ଟାରୁ ଆରମ୍ଭ ହୋଇଥିବା ଆହାର ବିତରଣ କାଲିଠାରୁ ନିୟମିତ ଭାବରେ ଓ ଶୃଙ୍ଖଳାଗତ ଭାବେ ଚାଲିବ ବୋଲି ଜଣାପଡ଼ିଛି ।

ମହାମାରୀ କରୋନାର ମୁକାବିଲା କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ନିଜର ତତ୍ପରତା ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଖାଦ୍ୟର ଆବଶ୍ୟକତା ଥିବା ବ୍ୟକ୍ତିମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ପ୍ରାୟ ୩୨୫ଟି ସ୍କୁଲ୍‌ରେ ମଧ୍ୟାହ୍ନ ଓ ରାତ୍ର ଭୋଜନର ବନ୍ଦୋବସ୍ତ କରିବାକୁ ଚିନ୍ତା କରିଛନ୍ତି। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ପ୍ରଭାବରୁ ଅନେକ ଲୋକ ଭୋକ ଉପାସ ରହୁଥିବା କାରଣରୁ କେଜ୍ରିୱାଲ୍‌ ଶୁକ୍ରବାର ଏପରି ଘୋଷଣା କରିଛନ୍ତି।

ଶନିବାରଠାରୁ ଦିଲ୍ଲୀରେ ଦୈନିକ ୪ ଲକ୍ଷ ଲୋକଙ୍କୁ ଭୋଜନ ପ୍ରଦାନ କରାଯିବ ବୋଲି ଗଣମାଧ୍ୟମକୁ ସମ୍ବୋଧନ କରି କେଜ୍ରିୱାଲ୍‌ କହିଛନ୍ତି। ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି ‘ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ସମୁଦାୟ ୩୨୫ଟି ସ୍କୁଲ୍‌ରେ ଶନିବାର ଠାରୁ ରନ୍ଧା ଭୋଜନର ବନ୍ଦୋବସ୍ତ କରାଯିବ। ପୂର୍ବରୁ ମଧ୍ୟ ଏହି ସ୍କୁଲ୍‌ମାନଙ୍କରେ ଭୋଜନ ବ୍ୟବସ୍ଥା କରାଯାଇଛି। ୨୦ ହଜାର ଲୋକଙ୍କୁ ଖାଦ୍ୟ ‌ଯୋଗାଇ ଦେବାରୁ ଏହା ଆରମ୍ଭ ହୋଇ ଏବେ ସୁଦ୍ଧା ୨ ଲକ୍ଷରେ ପହଞ୍ଚି ସାରିଛି। ଶନିବାରରୁ ୪ ଲକ୍ଷ ଲୋକଙ୍କୁ ଦୈନିକ ଖାଦ୍ୟ ଦେବାର ବନ୍ଦୋବ‌ସ୍ତ କରାଯିବ।

ସମ୍ବନ୍ଧିତ ଖବର