ମାର୍କେଟ୍‌ ବିଲ୍‌ଡିଂରେ ବ୍ୟବସାୟୀଙ୍କୁ ବୁଝାଇଲା ବିଏମ୍‌ସି, ନିୟମ ନ ମାନିଲେ ପୁଣି ସିଲ୍ କରାଯିବ

ବାରମ୍ବାର ହେଲେ ଲାଇସେନ୍ସ ରଦ୍ଦ ହେବ

ଭୁବନେଶ୍ବର: ରଜ ବଜାର ଭିଡ଼ ପାଇଁ ବିଏମ୍‌ସି ମାର୍କେଟ୍‌ ବିଲଡିଂ ସିଲ୍‌ କରିଥିଲା। ତେବେ ବ୍ୟବସାୟୀମାନେ କରୋନା କଟକଣା ମାନିବେ ବୋଲି ଅଣ୍ଡରଟେକିଂ ଲେଖି ଦେବା ପରେ ମଙ୍ଗଳବାର ଠାରୁ ମାର୍କେଟ୍‌ ବିଲଡିଂ ଖୋଲିଛି। ଗତକାଲି କିଛି ଦୋକାନ ଖୋଲିଥିବା ବେଳେ ଆଜି ସମସ୍ତ ଦୋକାନ ଖୋଲିଛି। ତେଣୁ ମାର୍କେଟ୍‌ ବିଲଡିଂରେ ଯେପରି ଭିଡ଼ ନ ଜମିବ, ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ, ସମସ୍ତେ ମାସ୍କ ପିନ୍ଧିବେ ସେନେଇ ବିଏମ୍‌ସି ପକ୍ଷରୁ ବ୍ୟବସାୟୀଙ୍କୁ ବୁଝାଯାଇଛି।

ବିଏମ୍‌ସିର ଅତିରିକ୍ତ କମିସନର ଅବନୀ ପଟ୍ଟନାୟକ ଏବଂ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ଆଜି ମାର୍କେଟ୍ ବିଲଡିଂ ଯାଇ ବ୍ୟବସାୟୀମାନଙ୍କୁ କହିଥିଲେ ଯେ, ଦୋକାନ ଭିତରକୁ କୌଣସି ମାସ୍କ ପିନ୍ଧି ନ ଥିବା ଲୋକଙ୍କୁ ପୂରାଇବେନି। ଦୋକାନ ଭିତରେ ସାମାଜିକ ଦୂରତା ରଖିବା କାର୍ଯ୍ୟ ବ୍ୟବସାୟୀଙ୍କର। ଯଦି ସାମାଜିକ ଦୂରତା ରହି ନ ଥିବା ଦେଖାଯାଏ ତେବେ ପ୍ରଥମ ଭୁଲ୍‌ ପାଇଁ ଦୋକାନ ସିଲ୍‌ କରାଯିବ। ଦ୍ବିତୀୟ ଭୁଲ୍‌ ପାଇଁ ଅସ୍ଥାୟୀ ଭାବେ ଟ୍ରେଡ୍‌ ଲାଇସେନ୍ସ ରଦ୍ଦ କରାଯିବ। ତୃତୀୟ ଭୁଲ୍‌ ପାଇଁ ଟ୍ରେଡ୍‌ ଲାଇସେନ୍ସ ସଂପୂର୍ଣ୍ଣ ଭାବେ ରଦ୍ଦ କରାଯିବ।

ସମ୍ବନ୍ଧିତ ଖବର