ବିଏମ୍‌ସି ଗାଇଡଲାଇନ୍‌ ଜାରି: ବସ୍ତି ଅଂଚଳରେ ରହୁଥିବା ସମସ୍ତ କର୍ମଚାରୀଙ୍କ ଡାଟାବେସ୍‌ ପ୍ରସ୍ତୁତ ହେବ

ଭୁବନେଶ୍ୱର: ରାଜ୍ୟର ରାଜଧାନୀସ୍ଥିତ ବିଭିନ୍ନ ହସ୍‌ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଭୁବନେଶ୍ୱରର ବସ୍ତି ଅଂଚଳରେ ରହୁଥିବା କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି ହୋଇଛି। ବିଏମ୍‌ସି ବସ୍ତି ଅଂଚଳରେ ରହୁଥିବା ସମସ୍ତ କର୍ମଚାରୀଙ୍କ ଡାଟାବେସ୍‌ ପ୍ରସ୍ତୁତି କରାଯିବ। ଡାଟାବେସ୍‌ ପ୍ରସ୍ତୁତି ପାଇଁ ସମସ୍ତ ଘରୋଇ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବସ୍ତିରେ ରହୁଥିବା କର୍ମଚାରୀ ଏକାଦିକ୍ରମେ ୧୪ ଦିନ ଡ୍ୟୁଟି କରିପାରିବେ। ହସ୍‌ପିଟାଲ ପରିସରରେ ସଂପୃକ୍ତ କର୍ମଚାରୀଙ୍କ ପାଇଁ ରହଣି ବ୍ୟବସ୍ଥା ହେବ। ୧୪ ଦିନ ଡ୍ୟୁଟି ପରେ ନେଗେଟିଭ ରିପୋର୍ଟ ଦେଖି ରିଲିଜ କରାଯିବ। ପ୍ରଥମ ଦଫା କର୍ମଚାରୀଙ୍କ ଡ୍ୟୁଟି ପରେ ୨ୟ ଦଫା କର୍ମଚାରୀଙ୍କୁ ଡ୍ୟୁଟି ମିଳିବ। ହସ୍‌ପିଟାଲ କର୍ତ୍ତୃପକ୍ଷ ଜଣେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତି କରିବେ। ନୋଡାଲ ଅଧିକାରୀମାନେ ବିଏମ୍‌ସିକୁ ନିୟମିତ କର୍ମଚାରୀଙ୍କ ତଥ୍ୟ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର