ଭୁବନେଶ୍ବର : ରାଜଧାନୀରେ ପ୍ରାୟ ୮୫% କେରାନା ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ସେମାନଙ୍କର ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖାଦେଲେ ଯେପରି ହସ୍ପିଟାଲରେ ଭର୍ତ୍ତି ନହୋଇ ଚିକିତ୍ସିତ ହୋଇପାରିବେ, ସେ ବ୍ୟବସ୍ଥା ବିଏମ୍ସି ପକ୍ଷରୁ କରାଯାଇଛି। ଯେଉଁ ଆକ୍ରାନ୍ତମାନେ ଅକ୍ସିଜେନ୍ କନସେଣ୍ଟ୍ରେଟର୍ ଚାହୁଛନ୍ତି, ସେମାନଙ୍କୁ ବିଏମ୍ସି ପକ୍ଷରୁ ଯୋଗାଇ ଦିଆଯାଉଛି। ଆଜିଠାରୁ ଏହା ଯୋଗାଣ ଆରମ୍ଭ ହୋଇଥିବା ବେଳେ ଗୋଟିଏ ଦିନରେ ୨୧ଜଣଙ୍କୁ ଦିଆଯାଇଥିବା ବିଏମ୍ସି ପକ୍ଷରୁ କୁହାଯାଇଛି।
ଯେଉଁମାନେ ଅକ୍ସିଜେନ୍ କନସେଣ୍ଟ୍ରେଟର୍ ଚାହୁଥିବେ, ସେମାନେ o2booking.sachetakapp.inରେ କ୍ଲିକ୍ କରି ସେଥିରେ ଆକ୍ରାନ୍ତଙ୍କ ନାମ, ମୋବାଇଲ୍ ନମ୍ବର ଦେବେ। ପରେ ଏକ ଓଟିପି ଆସିବ। ଏହି ଓଟିପି ଦେଇ ବୁକ୍ ନାଓରେ କ୍ଲିକ୍ କଲେ ତାଙ୍କ ମୋବାଇଲ୍କୁ ବୁକିଂ ନେଇ ମେସେଜ୍ ଯିବ। ପରେ ବିଏମ୍ସି କର୍ମଚାରୀ ଆକ୍ରାନ୍ତଙ୍କୁ ଫୋନ୍ କରି ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ଅକ୍ସିଜେନ୍ କନସେଣ୍ଟ୍ରେଟର୍ ପହଞ୍ଚାଇବେ। ଏହି ୱେବସାଇଟ୍ ଲିଙ୍କ୍ ରାଜ୍ୟ କୋଭିଡ୍ ଡ୍ୟାସ୍ବୋର୍ଡ କିମ୍ବା ରାଜ୍ୟ କୋଭିଡ୍ ପୋର୍ଟାଲରେ ମିଳିବ। ଅକ୍ସିଜେନ୍ କନସେଣ୍ଟ୍ରେଟର୍ ଏମିତି ଏକ ସାମଗ୍ରୀ, ଯେଉଁଥିେର ଅକ୍ସିଜେନ୍ ଭର୍ତ୍ତି କରିବାକୁ ପଡ଼ିବନି। ଯେଉଁ ରୁମ୍ରେ ଏହା ରହିବ, ସେଠାରୁ ଏହା ଅକ୍ସିଜେନ୍ ସଂଗ୍ରହ କରିବ।